ବର୍ଥ ଡେ ପାର୍ଟିରେ ଆଲୁ ଅର୍ଜୁନ ରାମ ଚରଣଙ୍କ ସହ ‘ନାଟୁ ନାଟୁ’ ସଙ୍ଗରେ କଲେ ଡ୍ୟାନ୍ସ, ଭାଇରାଲ ହେଉଛି ଫଟୋ

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଲୁ ଅର୍ଜୁନ ତାଙ୍କ କଜନ୍‌ ବ୍ରଦର ରାମ ଚରଣଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ତେବେ ଭାଇରାଲ୍ ହେଉଥିବା ଭିଡିଓରେ ଆପଣ ଅଲୁ ଅର୍ଜୁନ ଏବଂ ରାମ ଚରଣଙ୍କୁ ‘ନାଟୁ ନାଟୁ’ ସଙ୍ଗରେ ଏକାଠି ଡ୍ୟାନ୍ସ କରୁଥିବାର ଦେଖିପାରିବେ ।

ରାମ ଚରଣ ତାଙ୍କ ପରିବାର ଏବଂ ‘ପୁଷ୍ପା ୨’ର ଅଭିନେତା ଅଲୁ ଅର୍ଜୁନଙ୍କ ସହ ବର୍ଥ ଡେ ପାର୍ରିରେ ମଜା କରୁଥିବା ଦେଖିବାକୁ ମିଳିଥିଲେ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଲୁ ଅର୍ଜୁନ ତାଙ୍କ କଜନ୍‌ ବ୍ରଦର ରାମ ଚରଣଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଉଭୟ ଆଲୁ ଅର୍ଜୁନ ଏବଂ ରାମ ଚରଣ ସେମାନଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହା ସହ ଆପଣମାନେ ତ ଜାଣିଥବେ, ଯେ ଫିଲ୍ମ ଆରଆରଆର ରିଲିଜ ହେବାର ୨ ବର୍ଷ ବିତିଗଲାଣି, କିନ୍ତୁ ଏହି ଫିଲ୍ମର ସଙ୍ଗ ‘ନାଟୁ ନାଟୁ’ ଏବେ ବି ଟ୍ରେଣ୍ଡରେ ରହିଛି । ତେବେ ଭାଇରାଲ୍ ହେଉଥିବା ଭିଡିଓରେ ଆପଣ ଅଲୁ ଅର୍ଜୁନ ଏବଂ ରାମ ଚରଣଙ୍କୁ ‘ନାଟୁ ନାଟୁ’ ସଙ୍ଗରେ ଏକାଠି ଡ୍ୟାନ୍ସ କରୁଥିବାର ଦେଖିପାରିବେ ।

ତେବେ ଅଲୁ ଅର୍ଜୁନ ରାମ ଚରଣଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବାବେଳେ କିଛି ଫଟୋର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଉଭୟଙ୍କୁ ‘RRR’ ରୁ ନାଟୁ ନାଟୁରେ ନାଚୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିବାବେଳେ ‘ପୁଷ୍ପା ୨’ ଅଭିନେତା ଅଲୁ ଅର୍ଜୁନ ରାମ ଚରଣଙ୍କ ବର୍ଥ ଡେ ପାର୍ଟିର କିଛି ଝଲକ ଦେଖାଇଛନ୍ତି । ତେବେ ଏହି ଫଟୋରେ ଆଲୁ ଅର୍ଜୁନଙ୍କ ସହ କଜନ୍‌ ରାମ ଚରଣ, ନିହାରିକା କୋନିଡେଲା ଏବଂ ଅଲୁ ଶିରିଷ ଓସ୍କାର ବିଜେତା ଗୀତ ‘ନାଟୁ ନାଟୁ’ର ହୁକ୍ ଷ୍ଟେପ୍ କରୁଥିବା ନଜର ଆସିଛନ୍ତି ।

ରାମ ଚରଣଙ୍କୁ ଶୁଭେଚ୍ଛା କରି ଅଲୁ ଅର୍ଜୁନ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ମୋର ସ୍ପେଶାଲ କଜନ୍‌ ବ୍ରଦରଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆମର ଭଲ ପାଇବା ସର୍ବଦା ଏହିପରି ରହିଥାଉ । ତେବେ ଆଲୁଙ୍କର ଏହି ଭିଡିଓ ଲୋକଙ୍କ ମନକୁ ଛୁଇଁଛି । ଲୋକମାନେ ମଧ୍ୟ ଉଭୟଙ୍କ ଏହି ବଣ୍ଡକୁ ବହୁତ ପସନ୍ଦ କରୁଛନ୍ତି । ଫ୍ୟାନ୍ସ ଏହି ପୋଷ୍ଟ ଉପରେ କମେଣ୍ଟ କରି ଲେଖିଛନ୍ତି, ‘କ୍ୟୁଟେଷ୍ଟ’ ।

ରାମ ଚରଣଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ଫିଲ୍ମ ‘RC17’ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ରାମ ଚରଣଙ୍କ ୧୭ ତମ ଚଳଚ୍ଚିତ୍ର ହେବ । ଏହା ବ୍ୟତୀତ ଖୁବ୍‌ ଶୀଘ୍ର ରାମ ଚରଣ ଓ ଜାନଭି କପୁର ଏବଂ ଶିବ ରାଜକୁମାରଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର’ରେ ଦେଖିବାକୁ ମିଳିବେ ।

 

View this post on Instagram

 

A post shared by Allu Arjun (@alluarjunonline)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.