ଗଞ୍ଜାମ ଜିଲ୍ଲା ଆସିକା ଟାଉନ୍‌ ହଲ୍‌ ପରିସରରେ ଏକ ଭିନ୍ନ ବିବାହ ଉତ୍ସବ, ବର କନ୍ୟାଙ୍କ ସ୍ଥାନ ନେଲେ ଷଣ୍ଢ ଓ ଗାଈ

ଗଞ୍ଜାମ : ଭିନ୍ନ ଏକ ବିବାହ । ବ୍ରାହ୍ମଣଙ୍କ ମନ୍ତ୍ରପାଠ ସହ ଚାଲିଛି ହୋମ ଯଜ୍ଞ । ହୋମରେ ବସିଛନ୍ତି କର୍ତ୍ତା । ବାଟବରଣ ମଧ୍ୟ ହେଉଛି । ଭୋଜିର ଆୟୋଜନ ହୋଇଛି । କିନ୍ତୁ ଏ ବିବାହ କୌଣସି ପୁଅ ସହ ଝିଅର ନୁହେଁ, ବରଂ ବର କନ୍ୟାଙ୍କ ସ୍ଥାନ ନେଇଛନ୍ତି ଷଣ୍ଢ ଓ ଗାଈ ।

mrgଗଞ୍ଜାମ ଜିଲ୍ଲା ଆସିକା ଟାଉନ୍‌ ହଲ୍‌ ପରିସରରେ ସ୍ଥାନୀୟ ଅଞ୍ଚଳର କିଛି ସ୍ୱେଛାସେବୀ ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଏଭଳି ଏକ ଷଣ୍ଢର ବିବାହ କାର୍ଯ୍ୟକ୍ରମ କରିଥିଲେ । ଆସିକା ଅଞ୍ଚଳରେ ଅଜଣା ଗାଡ଼ି ଧକ୍କାରେ ବୁଲୁଥିବା ଏକ ଷଣ୍ଢର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଏହାକୁ ଚିକିତ୍ସା କରି ସୁସ୍ଥ ହେବା ପରେ, ରାସ୍ତାରେ ବୁଲୁଥିବା ଅନ୍ୟ ଜୀବଜନ୍ତୁଙ୍କ ପ୍ରତି ଲୋକଙ୍କ ଭିତରେ ଦୟା ମନୋଭାବ ସୃଷ୍ଟି କରାଇବା ଲକ୍ଷ୍ୟରେ ଏଭଳି ନିଆରା ବିବାହ କରାଯାଇଥିବା ଆୟୋଜକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.