ଉମରକୋଟରେ ରାସ୍ତା କଡ଼ରେ ଶବ ପୋତାକୁ ନେଇ ବିବାଦ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ

ଉମରକୋଟ(କେନ୍ୟୁଜ୍): ଶବ ପାଇଁ ରାସ୍ତାରୋକ୍‌ । ନବରଙ୍ଗପୁର ଉମରକୋଟରେ ରାସ୍ତା କଡ଼ରେ ଶବ ପୋତିବା ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀ, ରାଜନୈତିକ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀଙ୍କୁ ନେଇ ବିଚାର ବିମର୍ଷ ଚାଲିଛି । ରାସ୍ତା କଡ଼ରେ ଶବ ପୋତା ଯାଇଛି ।

ସମସ୍ତଙ୍କ ସହ ଆଲୋଚନା ପରେ କିଛି ନିଷ୍କର୍ଷ ବାହାରିବା ସହ ସ୍ଥାୟୀ ସମାଧାନ ହେଇଯିବ ବୋଲି ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଉତ କହିଛନ୍ତି । ଅନ୍ୟପକ୍ଷେ ରାସ୍ତାରୋକ୍‌ର ସ୍ଥିତିକୁ ଅନୁଧ୍ୟାନ କରୁଛି ଉମରକୋଟ ପୋଲିସ । ସ୍ଥିତି ନିୟନ୍ତ୍ରଣ ରହିଛି । ଯଥା ଶୀଘ୍ର ସମସ୍ୟାର ସମାଧାନ ହେବ ଓ ରାସ୍ତା ରୋକ ହଟିବ ବୋଲି କହିଛନ୍ତି ଉମରକୋଟ ଉପଖଣ୍ଡିୟ ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ ଶବର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.