ଲଣ୍ଡନ ଜେମସ୍‌ ପ୍ୟାଲେସରେ ମୁକୁଟ ପିନ୍ଧିଲେ କିଙ୍ଗସ୍ ଚାର୍ଲସ-୩: ସ୍ୱତନ୍ତ୍ର ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

କେନ୍ୟୁଜ୍(ବ୍ୟୁରୋ):  କିଙ୍ଗସ୍  ଚାର୍ଲସ-୩ ବ୍ରିଟେନର ନୂଆ ରାଜା । ବ୍ରିଟେନର ନୂଆ ରାଜା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କିଙ୍ଗ୍ସ ଚାର୍ଲସ-୩ । ମହାରାଣୀ ଏଲିଜାବେଥଙ୍କ ବଡ଼ ପୁଅ ଚାର୍ଲସ୍‌ ବ୍ରିଟେନର ରାଜା ହୋଇଛନ୍ତି । ଲଣ୍ଡନସ୍ଥିତ ଜେମସ୍‌ ପ୍ୟାଲେସରେ ମୁକୁଟ ପିନ୍ଧିଛନ୍ତି କିଙ୍ଗ୍ସ ଚାର୍ଲସ-୩ । ଏକ ସ୍ୱତନ୍ତ୍ର ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଦାୟିତ୍ୱ ନେବା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ଚାର୍ଲସ୍‌ କହିଥିଲେ , ମହାରାଣୀ ଏଲିଜାବେଥ ଦ୍ୱିତୀୟ ତାଙ୍କ ସମଗ୍ର ଜୀବନକୁ କର୍ତ୍ତବ୍ୟ ପାଇଁ ଉତ୍ସର୍ଗ କରିଛନ୍ତି ।

୧୯୪୭ରେ ଏଲିଜାବେଥ ବଚନବଦ୍ଧ ହୋଇଥିଲେ । ବ୍ରିଟେନ୍‌ବାସୀଙ୍କ ସେବା ପାଇଁ ଉଦ୍ୟମ କରିବେ ବୋଲି ଚାର୍ଲସ କହିଛନ୍ତି । ଏପଟେ ଚାର୍ଲସଙ୍କୁ ଭେଟିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ । ମହାରାଣୀଙ୍କୁ ଉଭୟ ଚାର୍ଲସ ଓ ବ୍ରିଟେନ ପିଏମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ପାଇଁ ପୂରା ତତ୍ପର ବ୍ରିଟେନ । ପ୍ରାୟ ୫୦ ବର୍ଷ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରାଣୀଙ୍କ ଶେଷକୃତ୍ୟ କରିବାକୁ ବି୍ରଟିଶ ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.