ଶିକ୍ଷକଙ୍କୁ ବାୟା କଲା ନାଲି ପାଣି: ରାସ୍ତାରେ ପଡି ଗଡିଲେ, ଚାକିରି ହରାଇଲେ

ବିଚ୍ ରାସ୍ତା ଉପରେ ଚାଲିଛି ପ୍ରହସନ । ନିଶା ଖାଇ ଟଳମଳ ହୋଇ ଜଣେ ବ୍ୟକ୍ତି ରାସ୍ତା ଉପରେ ଶୋଇଛନ୍ତି । ପାଖରେ ଥୁଆ ହୋଇଛି ତାଙ୍କ ସାଇକେଲ । ଏମିତି ନିଶା ଯେ ରାସ୍ତା ଘାଟ କିଛି ମୁଣ୍ଡରେ ପଶୁନି ତାଙ୍କର । ଯୋଉଠି ପାଇଲେ ସେଇଠି ଶୋଇପଡିଲେ। ଇଏ କୁଆଡେ ହେଉଛନ୍ତି ଜଣେ ଶିକ୍ଷକ ।

ନୀଳଗିରି(କେନ୍ୟୁଜ୍): ବିଚ୍ ରାସ୍ତା ଉପରେ ଚାଲିଛି ପ୍ରହସନ । ନିଶା ଖାଇ ଟଳମଳ ହୋଇ ଜଣେ ବ୍ୟକ୍ତି ରାସ୍ତା ଉପରେ ଶୋଇଛନ୍ତି । ପାଖରେ ଥୁଆ ହୋଇଛି ତାଙ୍କ ସାଇକେଲ । ଏମିତି ନିଶା ଯେ ରାସ୍ତା ଘାଟ କିଛି ମୁଣ୍ଡରେ ପଶୁନି ତାଙ୍କର । ଯୋଉଠି ପାଇଲେ ସେଇଠି ଶୋଇପଡିଲେ ।  ଇଏ କୁଆଡେ ହେଉଛନ୍ତି ଜଣେ ଶିକ୍ଷକ। ପିଲାମାନଙ୍କର ଭବିଷ୍ୟତ କୁଆଡେ ଗଢନ୍ତି ଇଏ । ନିଜର ସବୁ ହିତାହତ ଜ୍ଞାନକୁ ପୋଡି ଖାଇଦେଇଛନ୍ତି ଏଇ ସାର୍ ଜଣକ । ପୁରା ପାଲି ପାଣି ନିଶା ୟାଙ୍କୁ ଘାରିଛି ।

ଇଏ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅଧିନ ହାତୀଖୁଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ଯାହାଙ୍କ ନା ଭାସ୍କର ସେଠି। ଯିଏ ସ୍କୁଲ ଯିବା ବେଳେ ନିଶା ଖାଇ ଏମିତି ରାସ୍ତା କଡରେ ପଡିଛନ୍ତି । ଯାହାର ଭିଡିଓ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲି ଭାଇରାଲ ହେଉଛି । ଦୁଇଦିନ ତଳେ ସାର୍ ସ୍କୁଲ ଯିବା ସମୟରେ ରାସ୍ତାରେ ମଦ ପିଇ ଗଡୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା।

ଯେଉଁ ଭିଡିଓକୁ ଉକ୍ତ ଅଞ୍ଚଳ ଲୋକେ ମୋବାଇଲରେ ସୁଟିଂ କରି ଭାଇରାଲ କରିଥିଲେ। ଏହାପରେ ଔପଦା ବିଇଓଙ୍କ ନିଗଟରେ ଯାଇ ପହଁଚି ଥିଲା ଏହି ଖବର । ତେବେ ଘଟଣାକୁ ଗୁରୁତର ସହ ନେଇ ବିଇଓ ଉକ୍ତ ଶିକ୍ଷକଙ୍କୁ ସସପେଣ୍ଡ କରିଥିବା ନେଇ ଖବର ମିଳିଛି । ତେବେ ଯାହା ସୂଚନା ମିଳିଛି କି, ଏହି ସ୍କୁଲରେ ପୂର୍ବରୁ ଜଣେ ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଜଣେ ଶିକ୍ଷକଙ୍କୁ ବି ଏମିତି ମଦ ପିଇ ରାସ୍ତାରେ ଗଡ଼ିବା କାରଣରୁ ସସପେଣ୍ଡ କରାଯାଇଥିଲା । ଏହା ପରେବି ପୁଣି ଶିକ୍ଷକ ସ୍କୁଲ ଆସିବା ସମୟରେ ମଦ ପିଇ ଗଡ଼ିବା ଘଟଣା ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି।

କଥାରେ ଅଛି ଶିକ୍ଷାନୁଷ୍ଠାନ ଗୁଡିକ ଯଦି ମଣିଷ ତିଆରି କାରଖାନା ହୁଏ ସେହି କାରଖାନାର କାରିଗର ହେଉଛନ୍ତି ଶିକ୍ଷକ। ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ପାଠ ପଢେଇବା ସହ ପ୍ରେରଣା ଦିଅନ୍ତି ଏମାନେ । ଏଥିପାଇଁ ତ ଦୁନିଆରେ ସବୁଠାରୁ ଉଚ୍ଚ ସ୍ଥାନରେ ଗୁରୁ୍ଙ୍କୁ ରଖାଯାଇଛି। ଏପରି ମଧ୍ୟ କୁହାଯାଇଥାଏ କି, ଗୁରୁଙ୍କ ବିନା ଶିକ୍ଷା ତଥା ଜ୍ଞାନ ଅଧୁରା । ଏଣୁ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଥାଏ ।ତେବେ ଯଦି ଜଣେ ଶିକ୍ଷକ ଏଭଳି କାଣ୍ଡ କରିବେ, ତେବେ ପିଲାଙ୍କ ଭବିଷ୍ୟତ ଯେ କଣ ହେବ ଆପଣ ଚିନ୍ତା କରନ୍ତୁ ।