ପୁଣି ଖାକିରେ କଳଙ୍କ : କନଷ୍ଟେବଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ହୋମଗାର୍ଡ

ମହିଳା ହୋମଗାର୍ଡ ଜଣଙ୍କ ରିଜର୍ଭ ପୁଲିସ ଲାଇନ୍ ସଂସ୍କୃତି ଭବନରେ ଡ୍ୟୁଟିରେ କାର୍ଯ୍ୟରତ ଥିବା ବେଳେ କନଷ୍ଟେବଳ ଅଲିଫ କୁମାର ଦାସ ତାଙ୍କୁ ଅଶାଳୀନ ବ୍ୟବହାର ସହ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ।

ବାଲେଶ୍ଵର (କେନ୍ୟୁଜ): କନଷ୍ଟେବଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ହୋମଗାର୍ଡ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ଵରରେ । ମହିଳା ହୋମଗାର୍ଡ ଜଣଙ୍କ ରିଜର୍ଭ ପୁଲିସ ଲାଇନ୍ ସଂସ୍କୃତି ଭବନରେ ଡ୍ୟୁଟିରେ କାର୍ଯ୍ୟରତ ଥିବା ବେଳେ କନଷ୍ଟେବଳ ଅଲିଫ କୁମାର ଦାସ ତାଙ୍କୁ ଅଶାଳୀନ ବ୍ୟବହାର ସହ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି । ଏନେଇ ମହିଳା ହୋମଗାର୍ଡ ଜଣକ ଗତ ସେପ୍ଟେମ୍ବର ୨୨ରେ ସ୍ଥାନୀୟ ଆରଆଇଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଅସହାଚରଣ ନେଇ ଗତ ୩ ଅକ୍ଟୋବରରେ ସହଦେବ ଖୁଣ୍ଟା ଥାନା ରେ ଅଭିଯୋଗ ଆଣିଥିଲେ ଏପରିକି ଡାକ ଯୋଗେ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ଜଣାଇ ଥିଲେ । କିନ୍ତୁ ପୁଲିସ୍ କୌଣଷି ପଦକ୍ଷେପ ନନେବା ଯୋଗୁଁ ବାଧ୍ୟ ହୋଇ ମହିଳା ହୋମଗାର୍ଡ ଜଣକ ନ୍ୟାୟ ପାଇଁ ଜିଲ୍ଲା ସ୍ଵତନ୍ତ୍ର ଏସସି,ଏସ ଟି କୋର୍ଟ ରେ ମାମଲା ରୁଜୁ କରିଛନ୍ତି ।
ଅନ୍ୟପଟେ ମାମଲାକୁ ଚପାଇବା ପାଇଁ କନଷ୍ଟେବଳ ସଂଘର ସଭାପତି ହାବିଲଦାର ମାନସ କୁମାର ପାଣିଗ୍ରାହୀ ମହିଳା ହୋମଗାର୍ଡଙ୍କୁ ବାରମ୍ବାର ଚାପ ପ୍ରୟୋଗ କରିବା ସହ ମହିଳା ହୋମଗାର୍ଡଙ୍କୁ ଜାତି ଲଗାଇ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାରେ ନ୍ୟାୟ ନପାଇଲା ପର୍ଯ୍ୟନ୍ତ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମହିଳା ହୋମଗାର୍ଡ ଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.