ଦିଲ୍ଲୀରୁ ଝାରସୁଗୁଡା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ, ହନ୍ତସନ୍ତ ହେଲେ ୧୪୦ରୁ ଊର୍ଦ୍ଧ୍ବ ଯାତ୍ରୀ

ଦିଲ୍ଲୀରୁ ଝାରସୁଗୁଡା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ । ବିମାନ ରଦ୍ଦ ଯୋଗୁ ୧୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି ।

ନୂଆଦିଲ୍ଲୀ : ବିମାନ ଉଡାଣ ରଦ୍ଦକୁ ନେଇ ଯାତ୍ରୀ ଅସନ୍ତୋଷ । ଦିଲ୍ଲୀରୁ ଝାରସୁଗୁଡା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ । ବିମାନ ରଦ୍ଦ ଯୋଗୁ ୧୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଦିଲ୍ଲୀରୁ ଝାରସୁଗୁଡା ଆସୁଥିବା ସ୍ପାଇସ ଜେଟ ବିମାନରେ ଝାରସୁଗୁଡା ଆସିବାକୁ ଅପେକ୍ଷା କରି ଦିନ ୧୨ ଟାରୁ ରାତି ୧୦ଟା ହେବା ସତ୍ତ୍ୱେ ବି ବିମାନ ଛାଡି ନଥିଲା।

ବାରମ୍ବାର ସମୟ ନିର୍ଘଣ୍ଟ ବଦଳାଇବା ପରେ ରାତି ୧୦ଟାରେ ବିମାନକୁ ସମ୍ପୁର୍ଣ୍ଣ ବାତିଲ କରାଯାଇଥିଲା। ଫଳରେ ଶତାଧିକ ଯାତ୍ରୀ ହଇରାଣ ହେଉଛନ୍ତି। ଆଉ ଏହି ଯାତ୍ରୀମାନେ ହିଁ ଦିଲ୍ଲୀ ବିମାନବନ୍ଦରରେ ଅଟକି ରହିଛନ୍ତି ଯାତ୍ରୀ।

ଏହା ପୂର୍ବରୁ ମଧ୍ୟ ନଭେମ୍ବର ୧୦ ତାରିଖରେ ଦିଲ୍ଲୀ-ଝାରସୁଗୁଡ଼ା ବିମାନରେ ବୈଷୟିକ ତ୍ରୁଟି କାରଣରୁ ଅଧାରାସ୍ତାରୁ ଫେରିଥିଲା ସ୍ପାଇସଜେଟ୍‌ ବିମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.