Below header

ଫ୍ରାନ୍ସରେ ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଅଟକ, ମାନବଚାଲାଣ ସନ୍ଦେହ

ଫ୍ରାନ୍ସରେ ଭାରତୀୟ ଯାତ୍ରୀ ଅଟକ । ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବଚାଲାଣ ସନ୍ଦେହରେ ଏହାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସ । ରୋମାନିଆର ଚାର୍ଟାର୍ଡ ଫ୍ଲାଇଟ୍ ଦୁବାଇରୁ ନିକାରଗୁଆ ଯାଉଥିଲା ।

ନୂଆଦିଲ୍ଲୀ : ଫ୍ରାନ୍ସରେ ଭାରତୀୟ ଯାତ୍ରୀ ଅଟକ । ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବଚାଲାଣ ସନ୍ଦେହରେ ଏହାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସ । ରୋମାନିଆର ଚାର୍ଟାର୍ଡ ଫ୍ଲାଇଟ୍ ଦୁବାଇରୁ ନିକାରଗୁଆ ଯାଉଥିଲା । ଫ୍ରାନ୍ସର ଏକ ଛୋଟ ବିମାନ ବନ୍ଦର ଭ୍ୟାଟ୍ରିରେ ବୈଷୟିକ ସମସ୍ୟାରୁ ବିମାନଟି ଅବତରଣ କରିଥିବା କୁହାଯାଉଛି । ଚାର୍ଟାର୍ଡ ବିମାନରେ ୩୦୩ ଜଣ ଭାରତୀୟ ଯାତ୍ରା କରୁଥିଲେ । ବିମାନକୁ ଭ୍ୟାଟ୍ରି ଏୟାରପୋର୍ଟରେ ଅଟକାଇ ତଦନ୍ତ ଆରମ୍ଭ କରିଛି ଜୁନାଲକୋ । ଫ୍ରାନ୍ସର ସଂଗଠିତ ଅପରାଧ ନିରୋଧୀ ୟୁନିଟ୍ ଜୁନାଲକୋ ତଦନ୍ତ କରୁଛି । ବିମାନଟି କେଉଁଥି ପାଇଁ ନିକାରଗୁଆ ଯାଉଥିଲା, ତାହା ତଦନ୍ତ କରାଯାଉଛି । ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ଅଧିକାରୀଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୂଟନୈତିକ ସହାୟତା ମିଳିଛି । ତଦନ୍ତ ଚାଲିଛି, ସମସ୍ତ ଯାତ୍ରୀ ସୁରକ୍ଷିତ ନେଇ ଫ୍ରାନ୍ସରେ ଥିବା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ଅଟକ ବିମାନରେ ଥିବା ପ୍ରାୟ ସମସ୍ତ ଯାତ୍ରୀ ଭାରତୀୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସଂଗଠିତ ଅପରାଧ ଓ ମାନବଚାଲାଣ ମାମଲାର ତଦନ୍ତ କରୁଥିବା ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଏବେ ଏହି ମାମଲାର ତଦନ୍ତ ଜାରି ରଖିଥିବା ଫ୍ରାନ୍ସ କର୍ତ୍ତୃପକ୍ଷ କହିଛନ୍ତି। ଫ୍ରାନ୍ସ କର୍ତ୍ତୃପକ୍ଷ ଲିଜେଣ୍ଡ ଏୟାରଲାଇନ୍‌ସ ସହ ଯୋଗାଯୋଗ କରି ସ୍ପଷ୍ଟୀକରଣ ଲୋଡ଼ିବା ସହ ବିମାନର ଯାତ୍ରୀ, ଉଡ଼ାଣ ଉଦ୍ଦେଶ୍ୟ ଓ ଗନ୍ତବ୍ୟସ୍ଥଳ ସଂପର୍କରେ ବିସ୍ତୃତ ତଥ୍ୟ ମାଗିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.