କଲବଲ କରୁଛି ଜାଡ଼, ଘନ କୁହୁଡ଼ି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ସାରା ଓଡ଼ିଶାରେ ଶୀତ ଲହରୀ। ଉପକୂଳରୁ ଉପାନ୍ତ, ସବୁଠି ଅସହ୍ୟ ଜାଡ଼। ଗତ କିଛି ଦିନ ହେଲା ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥବା ଥଣ୍ଡା ଓ ଶୁଷ୍କ ପବନ ଯୋଗୁ ଅସହ୍ୟ ଜାଡ଼ ଅନୁଭବ ହେଉଛି।

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ଜାଡ଼ । ଅସହ୍ୟ ଶୀତରେ ଥରୁଛି ଦେଶ। ଉତ୍ତରରୁ ପୂର୍ବ ଭାରତ ପର୍ଯ୍ୟନ୍ତ ଭୟଙ୍କର ଶୀତ ଲହରୀ। ସାରା ଓଡ଼ିଶାରେ ଶୀତ ଲହରୀ। ଉପକୂଳରୁ ଉପାନ୍ତ, ସବୁଠି ଅସହ୍ୟ ଜାଡ଼। ଗତ କିଛି ଦିନ ହେଲା ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥବା ଥଣ୍ଡା ଓ ଶୁଷ୍କ ପବନ ଯୋଗୁ ଅସହ୍ୟ ଜାଡ଼ ଅନୁଭବ ହେଉଛି। ଶୀତ ସାଙ୍ଗକୁ କୁହୁଡ଼ି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ । ଆସନ୍ତା ୨୫ ତାରିଖ ସକାଳ ଯାଏ ଘନ କୁହୁଡ଼ିର ସମ୍ଭାବନା ରହିଛି ।

ଏଥିପାଇଁ ଦୃଶ୍ୟମାନ ଦୂରତା ୨ଶହ ମିଟରରୁ କମ ରହିବ । ୩ ଦିନ ପାଇଁ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକମାନେ ନିଆଁ ପୋଉଁଛନ୍ତି । ଶିମିଳିପାଳ ପାଦଦେଶରେ ପାରଦ ଶୂନ ଡିଗ୍ରୀକୁ ଖସିଛି । କିଛି ସ୍ଥାନରେ ହାଲୁକା ତୁଷାରପାତ ହେଉଛି। ଦିନେ ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲିସିୟସ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏଥିଯୋଗୁ ଶୀତ ସାମାନ୍ୟ କମିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.