ଚିଲିକାରୁ ମାଛ ମାରି ଘରକୁ ଫେରିବା ବେଳେ ହଠାତ୍ ହେଲା ବଜ୍ରାଘାତ, ଜଣେ ମତ୍ସ୍ୟଜୀବୀ ମୃତ

ଟାଙ୍ଗୀ(କେନ୍ୟୁଜ୍‌) : କାଳ ବୈଶାଖୀ ଯୋଗୁଁ ଟାଙ୍ଗୀ ଚିଲିକା ଅଂଚଳରେ ବର୍ଷା ସହ ବଜ୍ରାଘାତ ।  ବଜ୍ରାଘାତରେ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ଯୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ନାଚୁଣି ପୋଲିସ ଫାଣ୍ଡି ଅଧିନ ନଇରୀ ଗ୍ରାମର ନାରାୟଣ ବେହେରା ବୟସ(୫୮) ଙ୍କର ମୃତ୍ଯୁ ହୋଇଛି । ମୃତକଙ୍କ କୌଳିକ ବୃତ୍ତି ମାଛ ବ୍ୟବସାୟ ।

ଚିଲିକାରୁ ମାଛ ଧରି ଘରକୁ ଫେରୁଥିବା ବେଳେ ଆଜି ଦିନ ୮ଘଟିକା ସମୟରେ ହଠାତ୍ ବର୍ଷା ବିଜୁଳି ଯୋଗୁଁ ନଈରୀ ମାଛ ପେଣ୍ଠ ନିକଟରେ ସେ ଅଟକି ଯାଇଥିଲେ । ସେହି ସମୟରେ ନାରାୟଣଙ୍କ ଉପରେ ବଜ୍ରାଘାତ ହୋଇଥିଲା । ମାଛ ପେଣ୍ଠରେ ଥିବା ତାଙ୍କର ଅନ୍ୟ ସହଯୋଗୀ ତୁରନ୍ତ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.