Below header

ଦେଶର ପ୍ରଥମ ‘ଫାଇଭ ଷ୍ଟାର’ ଉବର ଡ୍ରାଇଭର ରାଣୀ କିନ୍ନର

ସଡକ ସୁରକ୍ଷା ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ରାସ୍ତାରେ ସୁରକ୍ଷିତ ଯାତ୍ରୀ ନେବା ଆଣିବା କରି ମଲ୍ଟି ନ୍ୟାସନାଲ କଂପାନୀ ‘‘ଉବେର’’ ପାଇଁ କ୍ୟାବ ଚଲାଇ ଦେଶର ପ୍ରଥମ‘ଫାଇଭ ଷ୍ଟାର’’ ଉବେର ଡ୍ରାଇଭର ହେବାର ଗୌରବ ଅର୍ଜନ କରିଛନ୍ତି ରାଣୀ କିନ୍ନର । କିନ୍ନର ସମାଜ ପାଇଁ ସେ ଏବେ ଉଦାହରଣ ପାଲଟିଛନ୍ତି । ରାଣୀଙ୍କ ଏହି ସଫଳତା ଏବେ କେବଳ ଓଡିଶା ପାଇଁ ନୁଁହ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ଭୁବନେଶ୍ୱର ଖଣ୍ଡଗିରି ଛକ କଳିଙ୍ଗ ଷ୍ଟୁଡିଓ ଅଞ୍ଚଳରେ ରହୁଥିବା ରାଣୀ ଦୁଇ ବର୍ଷ ହେଲା ଉବେର ଗାଡି ଚଲାଉଛନ୍ତି । ନିଜ ସଂଘର୍ଷମୟ ଜୀବନରେ ବହୁଘାତ ପ୍ରତିଘାତର ସାମ୍ନା କରି ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.