କିଏ ଚୋରି କରି ନେଲା ସୁନା ଟଏଲେଟ୍‌ ‘ଆମେରିକା’?

ଅକ୍ସଫୋର୍ଡଶାୟରରେ ବ୍ଲେନ୍‌ହିମ୍‌ ପ୍ୟାଲେସ୍‌ରୁ ସୁନାରୁ ଟଏଲେଟ୍‌ ଚୋରି ହୋଇଛି। ୧୮ କ୍ୟାରେଟ୍‌ ସୁନାରେ ଏହି ଟଏଲେଟ୍‌ ନିର୍ମିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ବ୍ଲେନହିମ୍‌ ପ୍ୟାଲେସ୍‌ରେ ବ୍ରିଟେନ୍‌ର ପୂର୍ବ ପ୍ରଧାନମନ୍ତ୍ରୀ ଓ୍ଵିନ୍‌ଷ୍ଟନ୍‌ ଚର୍ଚ୍ଚିଲ ଜନ୍ମଗ୍ରହଣ କରିଥିଲେ।

ଏହି ସୁନାର ଟଏଲେଟ୍‌ ଇଟାଲୀର ମୌରିଜିଓ କ୍ୟାଟେଲାନ୍‌ର ଏକ୍‌ଜିବିସନ୍‌ ‘‘Victory is Not an Option’’ରେ ପ୍ରଦର୍ଶିତ ହୋଇଥିଲା। ଦର୍ଶକଙ୍କ ପାଇଁ ଏହା ଗୁରୁବାର ଖୋଲା ରହେ। ତେବେ ଏହି ଟଏଲେଟ୍‌ର ଦାମ୍‌ ୧ ମିଲିୟନ୍‌ ପାଉଣ୍ଡ ବୋଲି ଜଣାଯାଇଛି।

ଏହାସହ ପଢ଼ନ୍ତୁ: ଭୋପାଳରେ ଗୋଟିଏ ଦୋକାନରେ ଅଣ୍ଡା ଓ କ୍ଷୀର ବିକ୍ରିକୁ ବିଜେପିର ବିରୋଧ

ଶନିବାର ସକାଳ ୪.୫୭ରେ ଟଏଲେଟ୍‌ ଚୋରି ହୋଇଥିବା ନେଇ ଥେମ୍‌ସ ଭ୍ୟାଲି ପୁଲିସ ଷ୍ଟେସନ୍‌ରେ ଅଭିଯୋଗ ହୋଇଥିଲା। ଜଣେ ୬୬ ବର୍ଷୀୟ ବୃଦ୍ଧଙ୍କୁ ଏହି ମାମଲାରେ ପୁଲିସ ଗିରଫ କରିଛି। ତେବେ ଖୁବ୍‌ଶୀଘ୍ର ଚୋରି ହୋଇଥିବା ଟଏଲେଟ ସହ ଟଏଲେଟ୍‌ ଚୋରକୁ ଧରାଯିବ ବୋଲି ପୁଲିସ କହିଛି।

‘ଆମେରିକା’ ଭାବେ ଜଣାଶୁଣା ଏହି ଟଏଲେଟ୍‌କୁ ପ୍ରଥମେ ୨୦୧୬ରେ ନ୍ୟୁୟର୍କ ସିଟିର ଗର୍ଗନହାଇମ୍‌ରେ ପ୍ରଦର୍ଶିତ କରାଯାଇଥିଲା। ବେକଲନହାଇମ୍‌ ପ୍ୟାଲେସରେ ଯେଉଁଠାରେ ଚର୍ଚ୍ଚିଲ ଜନ୍ମ ହୋଇଥିଲେ, ସେହି ରୁମ୍‌ ପାଖରେ ଏହି ଟଏଲେଟ୍‌କୁ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.