ଭୁବନେଶ୍ବର: ଅଟା କମ୍ପାନୀରେ କରୋନା ବିସ୍ଫୋରଣ, ସାଜିଲା ରାଜଧାନୀର ସୁପରସ୍ପ୍ରେଡର

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ସୁପର ସ୍ପ୍ରେଡର ସିଜିଲା ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଅଟା କମ୍ପାନୀ। ୩୫ଜଣ କର୍ମଚାରୀଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢିଯାଇଛି। ଆଜି ଭୁବନେଶ୍ବରରେ ୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୫ ଜଣ ଗୋଟିଏ ଅଟା କମ୍ପାନୀର ହୋଇଥିବା ସୂଚନା ଦେଇଛି ବିଏମସି।

ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଅଟାକଳର ୩୫ଜଣ କର୍ମଚାରୀଙ୍କ ବୟସ ଯଥାକ୍ରମେ ୪୯, ୨୬, ୨୬,୨୨, ୨୫, ୫୩,୨୫, ୩୫, ୫୧, ୨୦, ୨୩, ୨୧, ୪୦, ୪୩, ୫୦, ୬୫, ୩୧,୨୨, ୩୮,୨୯,୩୦,୨୩, ୩୩,୪୯,୩୩, ୪୩,୫୧,୨୨,୨୪,୨୬,୫୦,୪୨,୩୫,୨୭,୧୮ ବର୍ଷ ହୋଇଥିବା ବେଳେ ସମସ୍ତେ ପୁରୁଷ ବୋଲି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

ଗତକାଲି ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୨୬ଜଣ ଅଟାକଳ କର୍ମଚାରୀଙ୍କ କରୋନା ନମୁନା ପରୀକ୍ଷଣ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗତକାଲି  ପଜିଟିଭ ଚିହ୍ନଟ ହୋଇଥବା ବ୍ୟକ୍ତିଙ୍କ ବୟସ ଯଥାକ୍ରମେ ୫୦, ୨୫,୪୫,୩୮,୩୧, ୩୦, ୫୫, ୨୫, ୪୧, ୨୦, ୩୯,୨୨, ୩୯,୪୪, ୪୫, ୪୫,୫୧,୭୦,୪୩,୫୦,୩୩,୩୫,୪୮,୫୩,୬୨,୪୨ବର୍ଷ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.