ଜନସେବା କେନ୍ଦ୍ରରେ ମଧ୍ୟ ମିଳିବ ପିଏମ ସ୍ୱନିଧି ସ୍କିମ ଋଣ, ଜାଣନ୍ତୁ ଲୋନ ନେବାର ପୂରା ପ୍ରକ୍ରିୟା

ସରକାର ରାସ୍ତା ଘାଟରେ କାମ କରୁଥିବା ଲୋକଙ୍କ ପାଇଁ ଲଞ୍ଚ କରିଛନ୍ତି। ଏହି ସ୍କୀମ ଅନୁଯାୟୀ କରୋନାଭାଇରସ ଏବଂ ଲକଡାଉନ କାରଣରୁ ନିଜର ବେପାର ହରାଇ ସାରିଛନ୍ତି। ଏମିତି ଲୋକଙ୍କ ପାଇଁ ସରକାର ଋଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାସ୍ତାପାଖରେ ଖୋଲା ବେପାରୀଙ୍କୁ ସାହାଯ୍ୟ କରିବା ପାଇଁ ଏହି ସ୍କିମକୁ ପିଏମ ଷ୍ଟ୍ରୀଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ନାମ ଦିଆଯାଇଛି।

ଏହି ଯୋଜନା ଅନୁଯାୟୀ ଲୋନ ନେବା ଏବେ ଆହୁରି ସହଜ ହୋଇଯାଇଛି। ସାରା ଦେଶରେ ପ୍ରଭାବିତ ହୋଇଥିବା ୩.୮ ଲକ୍ଷ କମନ ସର୍ଭିସ ସେଣ୍ଟର୍ସ ବା ଜନ ସେବା କେନ୍ଦ ଜରିଆରେ ମଧ୍ୟ ଲୋକମାନେ ଲୋନ ପାଇଁ ଆପ୍ଲାଏ କରିପାରିବେ। ସରକାର ଡିଜିଟାଲ ଏବଂ ଇ-ଗର୍ଭନାନ୍ସ ସେବା ସିଏସସି ଇ-ଗର୍ଭନାନ୍ସ ସର୍ଭିସେଜ୍‌ ଇଣ୍ଡିଆ ଅଫିସିଆଲ ଭାବରେ ଏହି ସୂଚନା ବିଷୟରେ ଜଣାଇଛନ୍ତି।

loan pmpm svanidhi schemeରେ କେତେ ମିଳିବ ଋଣ

ପିଏମ ସ୍ୱନିଧି ସ୍କିମ ଅନୁଯାୟୀ ରାସ୍ତା କଡରେ ବିକ୍ରି କରୁଥିବା ବେପାରୀଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଗ୍ୟାରେଣ୍ଟୀ ଦିଆଯିବ। ଗୋଟେ ବର୍ଷ ପାଇଁ ଏହି ଋଣ ଦିଆଯିବ ଏବଂ ଏହାକୁ କିସ୍ତି ଆକାରରେ ସୁଝାଯିବ। ସରକାର ଏହି ସ୍କିମ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରାଶିକୁ ମଞ୍ଜୁରୀ ଦେଇଛନ୍ତି। ଏହାସହିତ ଏହାର ସର୍ତ୍ତ ମଧ୍ୟ ବହୁତ ସହଜ ରଖାଯାଇଛି।

pm svanidhi scheme ସ୍କିମର ଫାଇଦା

ଏହି ସ୍କିମ ଅନୁଯାୟୀ ଠିକ ସମୟରେ ଋଣ ଫେରସ୍ତ କରିବା ଦ୍ୱାରା ଋଣ ନେଇଥିବା ଲୋକଙ୍କ ସୁଧ ଉପରେ ୭ ପ୍ରତିଶତ ସବସିଡି ମିଳିବ। ଏହାସହିତ ଡିଜିଟାଲ ଟ୍ରାନଜାକସନ କରିବା ଦ୍ୱାରା ମଧ୍ୟ କ୍ୟାସବ୍ୟାକ ଦିଆଯିବ।

କିଏ ନେଇପାରିବେ ଏହି ସ୍କିମର ଲାଭ

ଫଳ-ପରିବା ବିକ୍ରି କରୁଥିବା, ଲଣ୍ଡ୍ରି, ସେଲୁନ, ପାନ ଦୋକାନ ଚଲାଉଥିବା ଏବଂ ଛୋଟମୋଟ ଧନ୍ଦା କରୁଥିବା ଷ୍ଟିଟ୍‌ ଭେଣ୍ଡର୍ସ ଏହି ଯୋଜନାର ଲାଭ ଉଠାଇପାରିବେ। ସରକାରଙ୍କ କହିବାନୁଯାୟୀ ଏହି ଯୋଜନା ଲାଗୁ ହେବାର ୫୦ ଲକ୍ଷ ଲୋକଙ୍କୁ ଫାଇଦା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.