Below header

ଯାଜପୁର: ବଜ୍ରପାତରେ ହୁତହୁତ୍ ହୋଇ ଜଳିଗଲା ଚାଳ ଛପର ଘର

ଯାଜପୁର (କେନ୍ୟୁଜ): ବଜ୍ରପାତରେ ଜଳିଗଲା ଚାଳ ଛପର ଘର। ଆଜି ଅପରାହ୍ନରେ ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ତହସିଲ ଅନ୍ତର୍ଗତ ସିଂହାପୁର ପଂଚାୟତ ବ୍ରାହ୍ମଣବାଡ ଗ୍ରାମରେ। ଅଚାନକ ବଜ୍ରପାତ ହେବା ଫଳରେ ଏହି ଗ୍ରାମର ପ୍ରଦୀପ ବାରିକଙ୍କ ଚାଳ ଛପର ଘର ସଂପୂର୍ଣ୍ଣ ଜଳିଯାଇଛି।

ଏଥିସହ ଘରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଛି। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ରସୁଲପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିବା ବେଳକୁ ଗ୍ରାମବାସୀଙ୍କ ଦ୍ବାରା ନିଆଁ ଆୟତ୍ତ ହୋଇଥିଲା। ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.