ଭୁବନେଶ୍ବର: ପଟିଆ ଅଞ୍ଚଳର ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀର ପଟିଆ ସ୍ଥିତ ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ। ଜଣେ କରୋନା ପଜେଟିଭ ଏହି ଆପାର୍ଟମେଣ୍ଟରୁ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ଘୋଷଣା କରିଛି।

ଆଜି  ରାତି ୭ଟା ଠାରୁ  ୩୦ ତାରିଖ ରାତି ୭ ଟା ପର୍ଯ୍ୟନ୍ତ ସମଗ୍ର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।  ଏହି ସମୟରେ ଆପାର୍ଟମେଣ୍ଟ ମଧ୍ୟକୁ କେହି ଯିବା ଆସିବା କରିପାରିବେ ନାହିଁ । ଆପର୍ଟମେଣ୍ଟରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.