ପ୍ରେମରେ ଅସଫଳ ହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ ବିବାହିତ ଯୁବକ

ଗଂଜାମ ଜିଲ୍ଲା ବଡଗଡ଼ ଥାନା ବୋରଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହିତ ଯୁବକ ପ୍ରେମରେ ଅସଫଳ ହେବାରୁ ବୋରଦା ଛକରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସୋରଡା : ଗଂଜାମ ଜିଲ୍ଲା ବଡଗଡ଼ ଥାନା ବୋରଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହିତ ଯୁବକ ପ୍ରେମରେ ଅସଫଳ ହେବାରୁ ବୋରଦା ଛକରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ଗ୍ରାମବାସୀଙ୍କ ସହଯୋଗରେ ବଡଗଡ଼ ମେଡିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ଯୁବକ ପୁନିଆ ଗୌଡ଼ କିଛି ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ତିନୋଟି ସନ୍ତାନ ଥିବା ବେଳେ ସେ ଜଣେ ଝିଅଙ୍କ ପ୍ରେମରେ ପଡି ଯାଇଥିଲେ। ମାତ୍ର ପ୍ରେମରେ ଅସଫଳ ହେବାରୁ ଆଜି ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଗୁରୁତର ପୁନିଆଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ଗ୍ରାମବାସୀ ଏକ ମିନି ଟ୍ରକରେ ବଡଗଡ଼ ମେଡିକାଲକୁ ଆଣିଥିଲେ । ଆମ୍ବୁଲାନ୍ସ ଠିକ ସମୟରେ ନ ଆସିବାରୁ ଏହା ବିରୋଧରେ ଲୋକେ ବୋରଦା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

Leave A Reply

Your email address will not be published.