ପ୍ରତିଦିନ ୭ ଟଙ୍କା ସଞ୍ଚୟ କରି ପାଇବେ ୫୦୦୦ ଟଙ୍କା ପେନସନ୍‌, ଆପଣଙ୍କୁ ଜଣା ଅଛି ତ ଏହି ଖାସ୍‌ ଯୋଜନା ବିଷୟରେ

ବାର୍ଦ୍ଧକ୍ୟରେ ସବୁଠାରୁ ବଡ ସାହାରା ହୋଇଥାଏ ପେନସନ୍ । କିନ୍ତୁ ଏହା ସେତେବେଳେ ମିଳିବ ଯେତେବେଳେ ବ୍ୟକ୍ତି ନିଜର ସଞ୍ଚୟକୁ ଉପଯୁକ୍ତ ଯାଗାରେ ନିବେଶ କରିଥିବ ।

ସମସ୍ତେ ଚାହାଁନ୍ତି ବୁଢ଼ାକାଳେ ସେମାନଙ୍କ ଜୀବନ ଆରାମରେ କଟୁ । ଆଉ ଏଥିପାଇଁ ଦରକାର ଟଙ୍କା । ବାର୍ଦ୍ଧକ୍ୟରେ ସବୁଠାରୁ ବଡ ସାହାରା ହୋଇଥାଏ ପେନସନ୍ । କିନ୍ତୁ ଏହା ସେତେବେଳେ ମିଳିବ ଯେତେବେଳେ ବ୍ୟକ୍ତି ନିଜର ସଞ୍ଚୟକୁ ଉପଯୁକ୍ତ ଯାଗାରେ ନିବେଶ କରିଥିବ । ଏପରି ସ୍ଥିତିରେ ଦେଶର ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସହାୟତା ପହଞ୍ଚାଇବା ଲାଗି ମୋଦି ସରକାର ୨୦୧୫ରେ ଅଟଳ ପେନସନ ଯୋଜନା ଆରମ୍ଭ କରିଥିଲେ ।

ଦେଶର କୌଣସି ବି ନାଗରିକ ଏହି ଯୋଜନାରେ ନିବେଶ କରିପାରିବେ । ଏହି ପେନସନ ଯୋଜନାରେ ଆପଣ ପ୍ରତିଦିନ କେବଳ ୭ ଟଙ୍କା ବିନିଯୋଗ କରି ୬୦ ବର୍ଷ ପରେ ୫୦୦୦ଟଙ୍କା ମାସିକ ପେନସନ୍ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏଥିପାଇଁ କଣ କରିବାକୁ ହେବ ଆପଣଙ୍କୁ । ଯଦି ଆପଣଙ୍କୁ ବର୍ତ୍ତମାନ ୧୮ ବର୍ଷ ଏବଂ ଏହି ଯୋଜନାରେ ଆପଣ ପ୍ରତିଦିନ ୭ ଟଙ୍କା ନିବେଶ କରୁଛନ୍ତି ତାହେଲେ ୬୦ ବର୍ଷ ପୂରଣ ହେବା ପରେ ଆପଣଙ୍କୁ ୫,୦୦୦ଟଙ୍କା ପେନସନ ମିଳିବ । କିନ୍ତୁ ଆପଣଙ୍କ ବୟସ ସହିତ ଆପଣଙ୍କ ନିବେଶ ରାଶି ବଦଳିଯିବ । ଯଦି ଆପଣଙ୍କ ବୟସ ୩୦ ବର୍ଷ ତେବେ ଆପଣ ପ୍ରତି ମାସରେ ୫,୦୦୦ଟଙ୍କା ପେନସନ୍ ପାଇବା ଲାଗି୩୦ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୫୭୭ଟଙ୍କା ନିବେଶ କରିବେ ।

ଅଟଳ ପେନସନ୍‌ ଯୋଜନାର ନିୟମ ଓ ସର୍ତ୍ତ:

  • ଯଦି ଆପଣଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ତାହେଲେ ଆପଣ ଏଥିରେ ନିବେଶ କରିପାରିବେ ।
  • ଆପଣଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡିବ ।
  • ଯଦି ନିବେଶକଙ୍କର ମୃତ୍ୟୁ ହୋଇଯାଏ ତାହେଲେ ପେନସନ୍ ତାଙ୍କ ସ୍ୱାମୀ କିମ୍ବର ସ୍ତ୍ରୀଙ୍କୁ ଦିଆଯିବ । କିନ୍ତୁ ଯଦି ଉଭୟଙ୍କ ମୃତ୍ୟୁ ହୋଇଯାଏ ତେବେ ପେନସନ ପଇସା ନୋମିନିଙ୍କୁ ମିଳିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.