ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ, ଓଏସ୍‌ଏସ ଅଧିକାରୀଙ୍କ ‘କ୍ୟାଡର’ ପୁନର୍ବିନ୍ୟାସ ପ୍ରସ୍ତାବ ଉପରେ ବାଜି ପାରେ ମୋହର

ଭୁବନେଶ୍ୱର(କେ ନ୍ୟୁଜ): ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ବସିବ। ବୈଠକରେ ୧୦ରୁ ଉର୍ଦ୍ଧ୍ୱ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଏଥିରେ ଓଏସ୍‌ଏସ ଅଧିକାରୀଙ୍କ ‘କ୍ୟାଡର’ ପୁନର୍ବିନ୍ୟାସ ପ୍ରସ୍ତାବ ସହ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡିକ ରହିଛି।

ଦୀର୍ଘଦିନ ଧରି ଓଏସ୍‌ଏସ ସଂଘ ପକ୍ଷରୁ କ୍ୟାଡର ପୁନର୍ଗଠନ ନେଇ ଦାବି ହୋଇଆସୁଛି। ଏହି ଦାବି ପୂରଣ ହେଲେ ୨୨୦ଟି ଅତିରିକ୍ତ ପଦ ସୃଷ୍ଟି ହେବ। ପର୍ଯ୍ୟାୟକ୍ରମେ ବରିଷ୍ଠ ଓଏଏସ୍‌ଙ୍କୁ ସ୍ୱତନ୍ତ୍ର ସଚିବ, ଯୁଗ୍ମ ସଚିବ ଓ ଉପସଚିବ ରୂପେ ଅବସ୍ଥାପିତ କରାଯିବା ନେଇ ବାଟ ଫିଟିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.