କୋଭିଡ ଟିକାର ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହା ପାଇଁ କେତେ ରହିଛି ଦାମ୍

ଘରୋଇ ହସପିଟାଲ ଗୁଡ଼ିକ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ ଟିକାର ଦର ଧାର୍ଯ୍ୟ କରିଛି। ଘରୋଇ ହସପିଟାଲ ଗୋଟିଏ କୋଭିସିଲ୍ଡ ଡୋଜ୍‌ ପାଇଁ ସର୍ବାଧିକ ୭୮୦ ଟଙ୍କା, କୋଭାକ୍ସିନ୍‌ ଡୋଜ୍‌ ପାଇଁ ୧୪୧୦ ଟଙ୍କା ଏବଂ ସ୍ପୁଟନିକ୍‌-ଭି ଟିକା ପାଇଁ ୧୧୪୫ ଟଙ୍କା ନେଇପାରିବେ।

ଏହା ମଧ୍ୟରେ ୫% ଜିଏସଟି ଏବଂ ସର୍ଭିସ ଚାର୍ଜ ୧୫୦ ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ । ଟିକା ନିର୍ମାତା ମାନେ କୋଭିସିଲ୍ଡ ଡୋଜ ପାଇଁ ୬ ଶହ ଟଙ୍କା, କୋଭାକ୍ସିନ ପାଇଁ ୧୨ଶହ ଏବଂ ସ୍ପୁଟନିକ -ଭି ପାଇଁ ୯୪୮ ଟଙ୍କା ଧାର୍ଯ୍ୟ କରିଛନ୍ତି। ୫% ଜିଏସଟି ଭାବେ କୋଭିସିଲ୍ଡ ପାଇଁ ୩୦ ଟଙ୍କା, କୋଭାକ୍ସିନ ପାଇଁ ୬୦ ଟଙ୍କା ଏବଂ ସ୍ପୁଟନିକ-ଭି ପାଇଁ ୪୭.୬୦ ଟଙ୍କା ସ୍ଥିର ହୋଇଛି।

ଏଥିସହ ନୂତନ ଗାଇଡ ଲାଇନ ଅନୁସାରେ ଘରୋଇ ହସପିଟାଲ ଗୁଡ଼ିକ ସର୍ଭିସ ଚାର୍ଜ ଭାବେ ୧୫୦ ଟଙ୍କା ଆଦାୟ କରିପାରିବେ । ଘରୋଇ ହସ୍ପିଟାଲଗୁଡିକ ଟିକା ଦର ସମ୍ପର୍କିତ ସୂଚନା କୋୱିନ୍‌ ପୋର୍ଟାଲରେ ଯେମିତି ଦେଇପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଥିବାର ସରକାର ପ୍ରକାଶ କରିଛନ୍ତି । କୌଣସି ହସ୍ପିଟାଲ ଯେମିତି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ଠାରୁ ଅଧିକ ଟଙ୍କା ଆଦାୟ ନକରନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.