ଗଜପତି: ପୋଖରୀରେ ଗାଧୋଇବା ହୋଲା କାଳ, ଗୋଡ଼ ଖସି ଚାଲିଗଲା ନାବାଳକର ଜୀବନ

ମୋହନା(କେନ୍ୟୁଜ୍‌): ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ । ମୃତକ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ବାହାଡାପଦା ଗ୍ରାମର ମିଖାଏଲ୍ ଶବରଙ୍କ ପୁଅ ଆଲୋକ ଶବର ।ସୂଚନା ପ୍ରକାରେ ଶନିବାର ଦିନ ୩ଟା  ସମୟରୁ ଆଲୋକ କେଉଁ ଆଡେ ଯାଇ ସଂଧ୍ୟା ଛଅ ଘଣ୍ଟ ପର୍ଯ୍ୟନ୍ତ ଆଉ ଘରକୁ ଫେରି ନଥିଲେ ।ବହୁ ଖୋଜାଖୋଜି ପରେ ଗ୍ରାମର ପୋଖରୀ ହୁଡାରେ ଆଲୋକଙ୍କ ପୋଷାକ ପଡିଥିବା ଦେଖି ସ୍ଥାନୀୟ ଯୁବକ ମାନେ ମଧ୍ୟ ପୋଖରୀରେ ପଶି ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ ।ତେଣୁ ସେମାନେ ମୋହନା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ ।

ଖବର ପାଇ ମୋହନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟାର ଅପରେସନ ପରେ ମୃତ ଆଲୋକର ଶବକୁ ପାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଖବରପାଇ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ନିରଂଜନ ପାଣୀଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.