ପାରିବାରିକ କଳହର କରୁଣ ପରିଣତି, ବଡଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ

ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି। ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ। ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଦେଖିବାକୁ ମିଳିଛି ଏଭଳି ଏକ ଅଘଟଣ।
ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଜାମୁଯୋରୀ ଗ୍ରାମରେ ଘରୋଇ କଳିକୁ ନେଇ ଗତକାଲି ରାତି ପ୍ରାୟ ୯.୩୦ରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ବଡଭାଇ ଟାଙ୍ଗିଆରେ ସାନ ଭାଇକୁ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରୁ ସାନ ଭାଇ ନିଜକୁ ବଞ୍ଚାଇ ପାରି ନଥିଲା। ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ଅଶୋକ ପ୍ରଧାନ ବୋଲ ଜଣାପଡିଛି I ଘଟଣାସ୍ଥଳରେ ପୋଲିସ ପହଁଞ୍ଚ ତଦନ୍ତ କରିଛି I ଘଟଣା ପରେ ବଡଭାଇ ଫେରାର୍ ଥିବା ଜଣାପଡିଛି I