ବ୍ରହ୍ମପୁର(କେନ୍ୟୁଜ୍): ମୋବାଇଲ ଟାଓ୍ଵାର ଉପରେ ଫସିଥିଲା ହନୁମାଙ୍କଡ। ଦୁଇ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହେଲା। ଗତକାଲିଠାରୁ ବ୍ରହ୍ମପୁର ଲୁଚାପଡ଼ା ଜୟମା ମଙ୍ଗଳା ନଗର ସାହିରେ ୮୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୋବାଇଲ ଟାଓ୍ଵାର ଉପରକୁ ଚଢି ଯାଇଥିଲା ହନୁମାଙ୍କଡ଼। କିନ୍ତୁ ଓହ୍ଲାଇ ପାରି ନଥିଲା। ଏ ନେଇ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଦୁଇ ଘଣ୍ଟାର ଉଦ୍ୟମ ପରେ ହନୁମାଙ୍କଡକୁ ଉଦ୍ଧାର କରାଯାଇଥିଲା।