ବାଣ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ: ମୁଣ୍ଡ, ଗୋଡ, ହାତ, ଆଖିରେ ଲାଗିଥିଲା ଆଘାତ

ରାଜଧାନୀରେ ବାଣ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ହେଲେ ଭିଏସ୍‌ଏସ୍‌ ନଗରର ଶିବାନନ୍ଦ ତାଡନ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବାଣ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ହେଲେ ଭିଏସ୍‌ଏସ୍‌ ନଗରର ଶିବାନନ୍ଦ ତାଡନ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

ଗତକାଲି ସଂଧ୍ୟାରେ ଭିଏସଏସ ନଗରରେ ଘରେ ବାଣ ଭିଡିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଶିବାନନ୍ଦ ତାଡୋ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ମୁଣ୍ଡ, ଗୋଡ, ହାତ, ଆଖିରେ ଆଘାତ ଲାଗିଥିଲା ।

ବିସ୍ଫୋରଣରେ ପାଖରେ ଥିବା ଦୁଇଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଚ୍ଚ ଶବ୍ଦ ଶୁଣି ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଜୋନ-5 ଏସିପି ଏବଂ ମେୟର ଅନୁଧ୍ୟାନ କରିଛନ୍ତି । ବିବାହ କାର୍ଯ୍ୟ ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.