ହାତ ଓ ବେକ କଟି ଯାଇଥିବା ବେଳେ ରାସ୍ତାରେ ଦୌଡୁଥିଲେ ଯୁବକ, ଡାକ୍ତରଖାନରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ

କେନ୍ଦୁଝର : କ୍ଷତବିକ୍ଷତ ଅବସ୍ଥାରେ ଅଜଣା ଯୁବକ ଉଦ୍ଧାର । କେନ୍ଦୁଝର ଟାଉନଥାନା ଅନ୍ତର୍ଗତ ଧାଙ୍ଗରପଡ଼ା ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି । ହାତ ଓ ବେକ କଟା ଅବସ୍ଥାରେ ଯୁବକ ଜଣଙ୍କ ରାସ୍ତା କଡରେ ଦୌଡୁଥିବା ସମୟରେ କିଛି ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଯୁବକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଡାକ୍ତର କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.