ଆସନ୍ତାକାଲିଠୁ ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା, କର୍ତ୍ତା ହେବେ ଗଜପତି ଦିବ୍ୟସିଂହଦେବ

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିର ପରିକ୍ରମା ପରିକଲ୍ପନାର ଭୂମି ପୂଜନ। ଆସନ୍ତାକାଲିଠୁ ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ୨୨ରୁ ୩ ଦିନ ଧରି ଚାଲିବ ଯଜ୍ଞ। ଏହି ଯଜ୍ଞ ଓ ପୂଜାର୍ଚ୍ଚନା ପାଇଁ ଗଜପତି ଦିବ୍ୟସିଂହଦେବ କର୍ତ୍ତା ଭାବେ ରହୁଥିବାରୁ ଆଜି ଗଜପତିଙ୍କ ଶ୍ରୀନହର ମଧ୍ୟ ପୂଜାର୍ଚ୍ଚନା ହେବ। କର୍ତ୍ତା ଭାବେ ବସିବେ ଗଜପତି ଦିବ୍ୟ ସିଂହ ଦେବ। ଯଜ୍ଞର ପୂର୍ଣ୍ଣାହୁତି ଦିନ ଅର୍ଥାତ୍‌ ୨୪ ତାରିଖରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୩ ବର୍ଷ ତଳେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ ବା ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରାୟ ଶେଷ ହୋଇଥିଲା । ଏବେ ୩୩୧ କୋଟି ଟଙ୍କା ବ୍ୟୟରେ କରିଡର କାର୍ଯ୍ୟ ଆରମ୍ଭ ହେବ। ପରିକ୍ରମା ମାର୍ଗରେ ଭକ୍ତଙ୍କ ପାଇଁ ପ୍ରତୀକ୍ଷାଳୟ, କ୍ଳକ ରୁମ, ଟଏଲେଟ, ପାନୀୟ ଜଳ ବ୍ୟବସ୍ଥା, ୱାଚ ଟାୱାର, ଧ୍ୟାନ କେନ୍ଦ୍ର ଓ ପରିକ୍ରମା ପାଇଁ ବ୍ୟାଟେରୀ ଗାଡିର ବ୍ୟବସ୍ଥା ହେବ l ଦେଢ଼ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.