ପାଗ ଅନୁକୂଳ ଅଛି, ବଙ୍ଗୋପସାଗରରେ ଦାନା ବାନ୍ଧିବ ବାତ୍ୟା

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରରେ ଦାନା ବାନ୍ଧିବ ବାତ୍ୟା । ପାଗ ଅନୁକୂଳ ଅଛି । ଆସନ୍ତା ସପ୍ତାହରେ ସୃଷ୍ଟି ହେବ ସାଇକ୍ଲୋନ୍‌ । ଏବେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ରହିଛି । ଆଜି କିମ୍ବା ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୨ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବ ଡିପ୍ରେସନ୍‌ । ୨୩ କିମ୍ବା ୨୪ ତାରିଖ ବେଳକୁ ସୃଷ୍ଟି ହୋଇପାରେ ସାଇକ୍ଲୋନ୍‌ ।

୨୪ ରାତି କିମ୍ବା ୨୫ରେ ଉପକୂଳ ଛୁଇଁପାରେ । ତେବେ ଏହା କେଉଁ ଉପକୂଳ ଅତିକ୍ରମ କରିବ ? ତୀବ୍ରତା କେତେ ରହିବ ? ୨୨ ତାରିଖରେ ଡିପ୍ରେସନ୍‌ ହେବା ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ । ୨୩ ତାରିଖ ସକାଳ ଯାଏ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ । ୨୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମନା । ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୨୨ରେ ଘଣ୍ଟାପ୍ରତି ପବନର ବେଗ ୪୫ରୁ ୫୫ କିଲୋମିଟର ରହିପାରେ । ଝଟକା ପବନର ବେଗ ୬୫ କିଲୋମିଟର ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ଜାରି ହୋଇଛି ସତର୍କ ସୂଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.