ଛାଡି ଚାଲିଗଲା ମାଆ, ଛେଳି ଛୁଆକୁ ସ୍ତନ୍ୟପାନ କରାଇ ମାତୃତ୍ୱର ସ୍ନେହ ଅଜାଡି ଦେଲା ବୁଲା କୁକୁର

ରାଇରଙ୍ଗପୁର(କେନ୍ଯୁଜ୍): ଛାଡି ଚାଲିଗଲା ମାଆ, ମାତୃତ୍ୱ ଦେଖାଇଲା କୁକୁର। ନିଜ ଛାତିରୁ ଅଜାଡିଦେଲା କ୍ଷୀର। ଜମା ବି ଭାବିଲାନି କିଏ ପର କିଏ ଆପଣାର, ପର ପିଲାର ଜୀବନ ବଞ୍ଚାଇବାକୁ ଯାଇ ଛେଳିକୁ ସ୍ତନ୍ୟପାନ କରାଇଲା କୁକୁର। ଆଉ ପ୍ରମାଣ କରିଦେଲା ଦୁନିଆରେ ମାତୃତ୍ୱ ଠାରୁ ଆଉ କିଛି ବଡ ନାହିଁ।

ଦର୍ଶକବନ୍ଧୁ ମା । ତାର ବାଖ୍ଯା କରିବା ଏଇ ମଣିଷ ପକ୍ଷେ ଅସମ୍ଭବ। ମାର ମମତା ଗୋଟେ ପଟେ ଆଉ ଏ ଦୁନିଆର ରୀତିନୀତି ଗୋଟେ ପଟେ। ସେ ମନୁଷ୍ୟ ହେଉ ଅବା ପଶୁ ପକ୍ଷୀ ମା ର ମମତା ସମସ୍ତଙ୍କ ପାଖେ ରହିଛି।

ପଶୁ ହେଲେ ବି  ଭରି ରହିଛି କେମିତି ମା’ର ମମତା । ଗୋଟେ କୁକୁର ଦୁଇଟି ଛେଳି ଛୁଆକୁ ନିଜର ସ୍ତନ୍ୟପାନ କରାଉଛି। ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମରେ। କଥାରେ ଅଛି ମାଆର ମମତା ଆଗରେ ଦୁନିଆର ସବୁ ଜିନିଷ ତୁଚ୍ଛ ପାଲଟିଥାଏ। ମାଆ ମମତା ବାଣ୍ଟିଲା ବେଳେ କାହାକୁ ପର ଆପଣାର ବାଛବିଚାର କରିନଥାଏ। ତେବେ ଏହି ଦୃଶ୍ୟ ଦେଖିଲେ ଲାଗିବ ଯେ ସତରେ ମାଆ ହେଉଛି ଦୟାମୟୀ, କରୁଣାମୟୀ ଓ ମମତାମୟୀ।

goat

କିଛିଦିନ ଆଗରୁ ଛେଳି ଛୁଆର ମାଆ ମୃତ୍ୟୁବରଣ କରିଥିଲା। ଆଉ ଏମିତି ସମୟରେ ସାହା ହୋଇଛି ଏକ କୁକୁର । ଛେଳି ଛୁଆଙ୍କୁ କୁକୁରଟି କ୍ଷୀର ପିଆଉଛି । କୁନି କୁନି ଛେଳି ଛୁଆଙ୍କ ମାର ମୃତ୍ୟୁ ପରେ ତାଙ୍କୁ ଆଦରି ନେଇଛି ଗୋଟିଏ ବୁଲା କୁକୁର । ଏହି ଘଟଣା ଗୋଟିଏ କି ଦୁଇ ଦିନର ନୁହେଁ । ବେଶ୍‌ କିଛି ଦିନ ହେବ ଏମିତି ଦୃଶ୍ୟକୁ ଦେଖୁଛନ୍ତି ଗାଁର ଲୋକେ । କୁକୁର ଓ ଛେଳି ଛୁଆଙ୍କର ସମ୍ପର୍କକୁ ଦେଖି ଗ୍ରାମବାସୀ ବେଶ ଖୁସି ହୋଇ ଏହାକୁ ମୋବାଇଲରେ କ,ଦ କରିଥିଲେ । ଯାହାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବୋଧହୁଏ ଏ ଦୃଶ୍ୟ ବଖାଣୁଛି ମଣିଷ ସମାଜ ଏ ପଶୁଙ୍କ ପାଖରୁ କିଛି ଶିଖିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.