ଯାଜପୁର କୁସୁମା ନିକଟରେ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ନାବାଳିକା ମୃତ ଓ ଜଣେ ଗୁରୁତର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର କୁସୁମା ନିକଟରେ ଅଘଟଣ । ବିଦ୍ୟୁତ୍ ତାର ସଂଶ୍ପର୍ଶରେ ଆସି ନାବାଳିକା ମୃତ ଓ ଜଣେ ଗୁରୁତର । ମୃତ ନାବାଳିକା ହେଲେ ଯାଜପୁର ଦେବୀଦ୍ୱାର ଅଂଚଳର ନକୁଳ ଚମ୍ପିଆଙ୍କ ଝିଅ ତୁଳସୀ ଚମ୍ପିଆ ଏବଂ ଗୁରୁତର ଜଣଙ୍କ ହେଲେ ଅଭିମନ୍ୟୁ ଜେନା । ଆଜି ସକାଳେ ତୁଳସୀ ଚାହା ଆଣିବାକୁ ଯାଇଥିବା ବେଳେ ସେଠାରେ ଛିଡିପଡିଥିବା ତାର ସଂସ୍ପର୍ଶରେ ଆସିଥିଲେ । ପଂଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା । ଅଭିମନ୍ୟୁ ଛିଡିପଡିଥିବା ତାରକୁ ଦେଖି ଉଠାଇବାକୁ ଯାଉଥିବା ବେଳେ   ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସାଧିନ ଅଛନ୍ତି । ବିଦ୍ୟୁତ ବିଭାଗର ବେପରୁଆ ନିତି ଯୋଗୁ ଏପରି ଅଘଟଣ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.