Googleର ବଡ଼ ଘୋଷଣା, ପିକ୍ସେଲରେ ଭୁଲ୍‌ ବାହାର କରିଥିବା ଲୋକଙ୍କୁ ମିଳିବ ୧୦.୭୬ କୋଟି ଟଙ୍କା ପୁରସ୍କାର!

ଲିଜେଣ୍ଡାରୀ ସର୍ଚ୍ଚ ଇଞ୍ଜିନ୍‌ କମ୍ପାନୀ ‘ଗୁଗଲ’ ନିଜ ୟୁଜର୍ସଙ୍କ ପାଇଁ ‘ବଗ୍‌ ବାଉଣ୍ଟି’ ନାମରେ ଏକ ପ୍ରୋଗ୍ରାମ ଆଣିଛି। ଏଥିରେ କମ୍ପାନୀ ଗୁଗଲ ପିକ୍ସଲ ସିରିଜ୍‌ର ସ୍ମାର୍ଟଫୋନ୍‌ରେ ଭୁଲ୍‌ ବାହାର କରିଥିବା ଲୋକଙ୍କୁ ୧.୫ ମିଲିୟନ୍‌ ଡଲାର ଅର୍ଥାତ୍‌ ୧୦ କୋଟି ୭୬ ଲକ୍ଷ ଟଙ୍କା ପୁରସ୍କାର ଦେବ। ଗୁଗଲ ନିଜ ଅଫିସିଆଲ୍‌ ପୋଷ୍ଟରେ ଏହା ଘୋଷଣା କରିଛି। ପୋଷ୍ଟରେ ଲେଖାଯାଇଛି, ଯେଉଁ ବ୍ୟକ୍ତି ଡିଭାଇସ୍‌ରେ ଥିବା ଟାଇଟନ୍‌ ଏମ୍‌ ସୁରକ୍ଷା ଚିପ୍‌କୁ ଭାଙ୍ଗିବ, ତାକୁ ୧୦ କୋଟିରୁ ଅଧିକ ଟଙ୍କା ପୁରସ୍କାର ଆକାରରେ ଦିଆଯିବ। କମ୍ପାନୀ ଖାସ୍‌ କରି ଏହି ଚିପ୍‌କୁ ୟୁଜର୍ସଙ୍କ ଡାଟା ସୁରକ୍ଷା ପାଇଁ ବନାଇଛି। ଆସନ୍ତୁ ଜାଣିବା ଗୁଗଲର ଏହି ଅଫର ବିଷୟରେ।

ଟାଇଟନ୍‌ ଏମ୍‌ ଚିପ୍‌ରେ ଡାଟା ରହିଥାଏ ସୁରକ୍ଷିତ

ଗୁଗଲର ଟାଇଟନ୍‌ ଏମ୍‌ ଚିପ୍‌କୁ ସବୁ ସିକ୍ୟୁରିଟି ଚିପ୍‌ ମଧ୍ୟରେ ସବୁଠାରୁ ଅଧିକ ରେଟିଙ୍ଗ୍‌ ମିଳିଛି। ଗୁଗଲ କହିଛି, ୟୁଜରମାନେ ଯେକୌଣସି ପ୍ରକାର ଭୁଲ୍‌ ବାହାର କରିବା ପାଇଁ ଆମେ ଏହି ଅଫର୍‌କୁ ଆଣିଛୁ, ଯଦ୍ଦ୍ଵାରା ଆମେ ସେହି ଭୁଲ୍‌କୁ ସୁଧାରି ୟୁଜରମାନଙ୍କୁ ଆହୁରି ବଢ଼ିଆ ସର୍ଭିସ୍‌ ଦେଇପାରିବୁ।

goog22

ଏହାସହ ପଢ଼ନ୍ତୁ: ନିଜ ଟେଲିକମ କମ୍ପାନୀ ସେବାରେ ଖୁସି ନାହାନ୍ତି କି, ଏମିତି କରନ୍ତୁ ନମ୍ବର ପୋର୍ଟେବିଲିଟି

ପିକ୍ସେଲ ସ୍ମାର୍ଟଫୋନରେ ଭୁଲ୍‌ ଖୋଜୁଥିବା ବ୍ୟକ୍ତିଙ୍କୁ ମିଳିବ ପୁରସ୍କାର

ଗୁଗଲ ପିକ୍ସେଲ ସ୍ମାର୍ଟଫୋନରେ ଭୁଲ୍‌ ଖୋଜୁଥିବା ୟୁଜରଙ୍କୁ ୧.୫ ମିଲିୟନ୍‌ ଡଲାରର ପୁରସ୍କାର ଦିଆଯିବ। କମ୍ପାନୀ ନିଜ ପୋଷ୍ଟରେ ଲେଖିଛି, ଆମେ ଆମର ଆଣ୍ଡ୍ରୋଏଡ୍‌ ସ୍ପେଶାଲ ପ୍ରିଭ୍ୟୁ ଭର୍ସନ ପାଇଁ ଏହି ଖାସ୍‌ ପ୍ରୋଗ୍ରାମ ଆଣିଛୁ। ଏଥିରେ ଭୁଲ୍‌ ବାଛିବା ୟୁଜରଙ୍କୁ ୫୦ ପ୍ରତିଶତ ଟଙ୍କା ବୋନସ୍‌ ଆକାରରେ ଦିଆଯିବ। ବଗ୍‌ ବାଉଣ୍ଟି ପ୍ରୋଗ୍ରାମ ଅଧୀନରେ ମିଳିବାକୁ ଥିବା ମୋଟ ମୂଲ୍ୟ ଦେଢ଼ ମିଲିୟନ ଡଲାର ହେବ।

goo4

ଗୁଗଲ ପୁରସ୍କାର ଆକାରରେ ଦେଇଥିଲା ୪ ମିଲିୟନ୍‌ ଡଲାର

ଗୁଗଲ ବଗ୍‌ ବାଉଣ୍ଟି ୨୦୧୫ରେ ଆରମ୍ଭ କରିଥିଲା। କମ୍ପାନୀ ନିଜ ବ୍ଲଗ୍‌ରେ ଲେଖିଛି, ଆମେ ଏ ପଯ୍ୟର୍ନ୍ତ ୧,୮୦୦ ରିପୋର୍ଟରଙ୍କୁ ପୁରସ୍କାର ଦେଇଛୁ। ଏହି ହିସାବରେ ୪ ବର୍ଷରେ ୪ ମିଲିୟନ୍‌ ଡଲାର ପୁରସ୍କାର ଆକାରରେ ଦିଆଯାଇସାରିଛି। ଏହାଛଡ଼ା ଗତ ୧୨ ମାସ ଭିତରେ ଫୋନ୍‌ରୁ ଭୁଲ୍‌ ବାହାର କରିଥିବା ବ୍ୟକ୍ତିଙ୍କୁ ୧.୫ ମିଲିୟନ୍‌ ଡଲାର ମିଳିଛି।

goog1

ଏହାସହ ପଢ଼ନ୍ତୁ: ଅନ୍ୟ କାହା ଚାର୍ଜର ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌, ଚୋରି ହୋଇପାରେ ବ୍ୟକ୍ତିଗତ ତଥ୍ୟ

କିଛି ଟେକ୍‌ କମ୍ପାନୀ ଚଲାଇଥିଲେ ବଗ୍‌ ବାଉଣ୍ଟି ପ୍ରୋଗ୍ରାମ

ଲମ୍ବା ସମୟ ଧରି ଟେକ୍‌ କମ୍ପାନୀଗୁଡ଼ିକ ନିଜ ସଫ୍ଟୱେର ଏବଂ ହାର୍ଡୱେରରେ ଭୁଲ୍‌ ବାହାର କରୁଥିବା ୟୁଜର୍ସଙ୍କୁ ପୁରସ୍କାର ଦେଇଆସୁଛି। ଏଠି ବଗ୍‌ ବାଉଣ୍ଟି ପ୍ରୋଗ୍ରାମ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଇଁ ବହୁତ ସାଧାରଣ ଅଟେ। ସେପଟେ କିଛି ରିସର୍ଚ୍ଚର୍ସଙ୍କୁ ପ୍ରଡକ୍ଟରେ ଭୁଲ୍‌ ବାହାର କରିବା ପାଇଁ କୋଟି କୋଟି ଟଙ୍କା ପଯ୍ୟର୍ନ୍ତ ପୁରସ୍କାର ଆକାରରେ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.