୬ବର୍ଷର ଶିଶୁ କନ୍ୟାକୁ ଦଳିଦେଲା ହାତୀ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ପଞ୍ଚାୟତର ସରଳିଆ ଚିତ୍ରାଶୁଳ ଗାଁରେ ଘଟିଛି ଅଘଟଣ । ହାତୀ ପଲକୁ ଘଉଡାଇବା ବେଳେ ଘର ଭାଙ୍ଗି ଶିଶୁ କନ୍ୟାକୁ ଦଳିଦେଲା ଜଙ୍ଗଲୀ ହାତୀ ।

ସୋର (କେନ୍ୟୁଜ): ଦଦଳିଦେଲା ହାତୀ । ୬ବର୍ଷର ଶିଶୁକନ୍ୟା ମୃତ। ଅଳ୍ପକେ ବର୍ତ୍ତିଲେ ପରିବାରର ଅନ୍ୟ ୪ ସଦସ୍ୟ । ସୋର ବ୍ଳକ ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଗାଁର ଘଟିଛି ଏଭଳି ଘଟଣା । ଗାଁର ନିଶିକାନ୍ତି ଦେଉରୀ ଘରେ ଖାଇପିଇ ଶୋଇଥିବା ବେଳେ ଘର ଭିତରକୁ ହାତୀ ପଶି ଆସିଥିଲା ।

ହାତୀକୁ ଦେଖି ନିଶିକାନ୍ତ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଧରି ଘରୁ ବାହାରକୁ ବାହାରି ଯାଇଥିବା ବେଳେ ପରୀ ହାତୀ ହାବୁଡରେ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ପରୀକୁ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପରୀକୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ତଦନ୍ତ ଚଳାଇଛି ବନ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.