ବୈତରଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା : ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ନଦୀରେ ଗାଧୋଉଥିବା ବେଳେ ହଠାତ୍‌ ପାଣି ମାଡ଼ି ଆସିବାରୁ ଟାପୁରେ ଜଣେ ମହିଳା ଫସିଥିଲେ । ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁରର ବାସନ୍ତୀ ରାଉଳଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ଟିମ୍‌ ।

ଆନନ୍ଦପୁର (କେନ୍ୟୁଜ): ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ଆନନ୍ଦପୁର ରାଜଘାଟଠାରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁର ବାସନ୍ତୀ ରାଉଳ ନଦୀକୁ ଗାଧୋଇ ଯାଇଥିବା ସମୟରେ ଅଚାନକ ଆସିଥିଲା ପାଣି । ବାସନ୍ତୀ ଭାସିଯାଇ ନଦୀ ମଝିରେ ଥିବା ଟାପୁରେ ଫସି ରହିଥିଲେ । ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ସେପଟେ ନଦୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୩୮.୪୦ ମିଟର । ଚମ୍ପୁଆରେ ୧୧୧.୪ ମିଲମିଟର ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିମିଟର ବର୍ଷା ହୋଇଛି । ଲଗାଣ ବର୍ଷା ଲାଗିରହିଥିବାରୁ ବନ୍ୟା ସ୍ଥିତି ଉପୁଜିବା ସହ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ଆଶଙ୍କା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.