ମୁଁ ହେଲମେଟ ପିନ୍ଧିବିନି, ଯାହା କରିବା କଥା କର, ମହିଳା ଜଣକ କାହିଁକି ଏପରି କହିଲେ ଦେଖନ୍ତୁ ଭିଡିଓ

କଟକ(କେନ୍ୟୁଜ୍):  ଗାଡ଼ି ବିକି ଦେବି ପଛେ ଫାଇନ ଦେବିନି । ଯେଉଁମାନେ ହେଲମେଟ ପିନ୍ଧିବା କଥା ପିନ୍ଧନ୍ତୁ, ମୋର ପିନ୍ଧିବାର ଇଚ୍ଛା ନାହିଁ । ଯେଉଁମାନେ ହେଲମେଟ ପିନ୍ଧୁଛନ୍ତି, ସେମାନେ କଣ ମରୁନାହାନ୍ତି । ଡିସେମ୍ବର ମାସ ହେଲା ପୋଲିସର ଲାଞ୍ଚ ଦରକାର । ସେଥିପାଇଁ ସେମାନେ ଫାଇନ କାଟୁଛନ୍ତି । ଜଣେ ମହିଳାଙ୍କ ଏଭଳି ଯୁକ୍ତିକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ।


ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜିଠାରୁ ପୁଣି କଡାକଡି ହୋଇଛି ଟ୍ରାଫିକ ନିୟମ । ଏହି ଟ୍ରାଫିକ ନିୟମକୁ ନେଇ ସବୁଠି ପୋଲିସ ଓ ଆରଟିଓ ବିଭାଗ ଚଳଚଞ୍ଚଳ ହୋଇଥିବା ବେଳେ କଟକର ଜଣେ ମହିଳା, ସରକାରଙ୍କ ଏହି ନିୟମକୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ହେଲମେଟ ନପିନ୍ଧି ଗାଡି ଚଳାଉଥିବା ବେଳେ ଧରାପଡିବା ପରେ ବେଫିକର ହୋଇ ବର୍ଷିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.