ମୋବାଇଲ ଫୋନ୍‌ରେ କଥା ହେବା ହେଲା କାଳ, ଟ୍ରେନରୁ ଖସିପଡ଼ି କଟିଗଲା ଯୁବକଙ୍କ ହାତ ଓ ଭାଙ୍ଗିଲା ଗୋଡ

ସୁନ୍ଦରଗଡ(କେନ୍ୟୁଜ୍): ମୋବାଇଲ ଫୋନ୍‌ରେ କଥା ହେବା ହେଲା କାଳ। ଅସାବଧାନତା ଯୋଗୁ ଟ୍ରେନରୁ ଖସି ପଡ଼ିବାରୁ କଟିଗଲା ଯୁବକଙ୍କ ହାତ, ଭାଙ୍ଗିଲା ଗୋଡ। ସୁନ୍ଦରଗଡ଼ ଜିଲ୍ଲା କାଂଶବାହାଲ ରେଳ ଷ୍ଟେସନରେ ଏହି ଅଘଟଣ ଘଟିଛି। ଆହତ ଯୁବକ ହେଲେ ରାଜୁକୁମାର ଯାଦବ। ଯୁବକ ଜଣକ ସାନ୍ତ୍ରାଗାଚ୍ଛୀ ଟ୍ରେନ୍‌ରେ ଝାରସୁଗୁଡାରୁ ରାଉରକେଲା ଯାଉଥିଲେ। ଗେଟ୍‌ ନିକଟରେ ବସି ମୋବାଇଲ୍‌ ଫୋନରେ କଥା ହେଉଥିଲେ। କାଂଶବାହଲ ଷ୍ଟେସନରୁ ଟ୍ରେନ ଛାଡ଼ିବା ବେଳେ ଅନ୍ୟମନସ୍ତ ଥିବାରୁ ଯୁବକ ଜଣକ ଟ୍ରେନ୍‌ ତଳକୁ ଖସି ପଡିଥିଲେ। ଡାହାଣ ହାତରେ ଟ୍ରେନ୍‌ ଚଢିଯାଇଥିବାରୁ ହାତଟି କଟିଯାଇଛି ଓ ଗୋଡ଼ ଭାଙ୍ଗି ଯାଇଛି। କାଂଶବାହଲ ଜିଆର୍‌ପି ଆହତ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହାପରେ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.