Below header

ଖୋର୍ଦ୍ଧା: ଟଙ୍ଗୀରେ ଅଘଟଣ, ବିଲରେ କାମ କରୁଥିବା ସମୟରେ ବଜ୍ରପାତ ଘଟି ଜଣେ ମୃତ ୩ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍):  ବର୍ଷାଭାବ କାରଣରୁ ଟାଙ୍ଗୀ ବ୍ଲକର ଶହ ଶହ ଚାଷ ଜମି ଶୁଖିଲା ପଡିଥିଲା । ଠିକ ଏହି ସମୟରେ ଦୁଇଦିନ ହେବ ଲଘୁଚାପ ଜନିତ ବର୍ଷା ଚାଷୀ ମନରେ ଆଣି ଦେଇଥିଲା ଖୁସି। କାଳ ବିଳମ୍ବ ନକରି ନିଜ ଚାଷ ଜମିକୁ ରୂଆ ରୋଇ କରିବାରେ ଲାଗିପଡିଥିଲେ । ଠିକ ଏତିକି ବେଳେ ଟାଙ୍ଗୀ ବ୍ଲକ୍  ନୂଆଗଡ  ପଂଚାୟତ ହରିପୁର ଗ୍ରାମ  ବରଗାଡିଆ ବିଲ ମଝିରେ ଘଟିଛି ଆଭାବନୀୟ ଘଟଣା।

lighting dead

ଚାଷୀ ମାନେ ଚାଷ କାମ କରୁଥିବା ବେଳେ ହଠାତ୍ ବର୍ଷା ପବନ ସହ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରୁ ନିଜକୁ ରକ୍ଷା କରିବା ପାଇଁ ଚାଷୀ ମାନେ ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ସେହି ଗଛକୁ ବଜ୍ରାଘାତ ହୋଇଥିଲା । ଏଥିରେ ହରିପୁର ଗ୍ରାମର ୨୯ ବର୍ଷୀୟ ସନ୍ତୋଷ ବେହେରା ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩   ଜଣ ଆହତ ହୋଇଛନ୍ତି। ୨ଜଣ ଆହତଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ଜଣେ ଆହତ ମହିଳାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତର ଚିକିତ୍ସା କରାଯାଉଛି । ଟାଙ୍ଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଆହତ ମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି । ଆହତ ମାନେ ହେଲେ  ମାନସ ଜେନା, କେଦାର ବେହେରା । ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ବେହେରାଙ୍କୁ ୧୦୮  ଆମ୍ବୁଲାନସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ  ପଠା ଯାଇଛି । ଖବର ପ୍ରଘଟ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.