ପୂଜା ସମୟରେ ଅଘଟଣ, ରସୁଲଗଡ଼ ବ୍ରିଜ୍ ଉପରେ ଦୁର୍ଘଟଣାରେ ଜଣେ ମୃତ

ଭୁବନେଶ୍ବର (କେନ୍ଯୁଜ୍) : ଆଜି ଦୁର୍ଗାଅଷ୍ଟମୀ ପାଇଁ ଅଞ୍ଚଳ ଉତ୍ସବମୁଖର ହୋଇଥିବା ବେଳେ ମାଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଭୁବନେଶ୍ବର ଉପକଣ୍ଠ ରସୁଲଗଡ଼ରେ ଘଟିଥିବା ବେଳେ ଘଟଣାସ୍ଥଳରେ ହି ବ୍ଯକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା।

ଆଜି ସନ୍ଧ୍ଯା ୭:୩୦ସମୟରେ ତାମିଲନାଡ଼ୁ ନମ୍ବର ବିଶିଷ୍ଟ ଟ୍ରକ ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିବା ସମୟରେ ରସୁଲଗଡ଼ ଓଭରବ୍ରିଜ୍ ଠିଆ ହୋଇଥିବା ଜଣେ ବ୍ଯକ୍ତିଙ୍କ ଉପରେ ଚଢ଼ିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ଯେକ୍ଷଦର୍ଶୀଙ୍କ ସୂଚନା ମୁତାବକ, ମୃତକ ଜଣଙ୍କ ସେଠାରେ ଠିଆ ହୋଇଥିବା ବେଳେ ତାଙ୍କୁ ଜଣେ ସ୍କୁଟି ଚାଳକ ଧକ୍କା ମାରିଥିଲେ। ଯାହାପରେ ସେ ଟ୍ରକ ତଳେ ପଡ଼ିବା ସହ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରେ ପୂଜାର ସୁରକ୍ଷାରେ ନିୟୋଜିତ ଥିବା ଜବାନ ପହଞ୍ଚି ବ୍ଯକ୍ତିଙ୍କୁ ଉଦ୍ଧାର କରିଥିବା  ବେଳେ ମୃତ ଶରୀର ବ୍ଯବଛେଦ ପାଇଁ କ୍ଯାପିଟାଲ ଡ଼ାକ୍ତରଖାନା ପଠାଯାଇଛି।

Leave A Reply

Your email address will not be published.