ଶୈଳଶ୍ରୀବିହାର ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣା, ଅଭିଯୁକ୍ତ ରୂପେଶ ଅଟକ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଅଟକ। ରୂପେଶଙ୍କୁ ଅଟକ ରଖି ପଚରାଉଚରା କରୁଛି କମିଶନରେଟ୍‌ ପୋଲିସ । ହସ୍‌ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ରଖାଯାଇଛି। ଗତକାଲି ଦୁଇ ପରିବାର ସଦସ୍ୟଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା।

ଲୁଟ୍‌ ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା ପୋଲିସ ସନ୍ଦେହ କରୁଛି। ଗତ ୧ ତାରିଖରେ ଅଭିୟୁକ୍ତ ଜଣକ ଲେଡିଜ୍‌ ଡ୍ରେସ୍‌ ପିନ୍ଧି ଘର ଭିତରେ ପଶି ମାଆ ଓ ଝିଅଙ୍କୁ ଛୁରାରେ ଆକ୍ରମଣ କରିଥିଲା। ଘଟଣାରେ ଅଧିକ ଖୋଳତାଡ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.