ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚକୁ ଗଲା ACF ସୌମ୍ୟ ମୃତ୍ୟୁ ମାମଲା

ପାରଳାଖେମୁ(କେନ୍ଯୁଜ୍): କ୍ରାଇମବ୍ରାଞ୍ଚକୁ ଗଲା ACF ସୌମ୍ୟ ମୃତ୍ୟୁ ମାମଲା । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଦାୟିତ୍ୱ ନେଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଗଠନ ହୋଇଛି । ଏହା ପୂର୍ବରୁ ପାରଳା ପୋଲିସକୁ ସହଯୋଗ କରୁଥିଲା କ୍ରାଇମବ୍ରାଞ୍ଚ । ଏବେ ଏହି ଘଟଣାର ଖୋଳତାଡ କରିବ ।

ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁକୁ ମାସେ ପରେ ବିତିଲାଣି । ତଥାପି ମୃତ୍ୟୁର ରହସ୍ୟ ଉପରୁ ପରଦା ହଟାଇପାରିନି ପୋଲିସ। କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପୂର୍ବରୁ ସୌମ୍ୟଙ୍କ ପରିବାର ଦାବି କରୁଥିଲେ । ଏନେଇ ପୋଲିସ ଡିଜିଙ୍କୁ ଭେଟିଥିଲେ ସୌମ୍ୟଙ୍କ ବାପା । ଜୁଲାଇ ୧୨ ତାରିଖ ରାତିରେ ପୋଡ଼ି ଯାଇଥିଲେ ପାରଳାଖେମୁଣ୍ଡି ଏସିଏଫ୍‌ । ତାପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.