ପ୍ରଭୁଙ୍କ ନିର୍ଦ୍ଦେଶରେ ନେମାଳ ଠାରେ ବିଶ୍ୱଶାନ୍ତି ଓ ସୁରକ୍ଷା ପାଇଁ ହେବ ଏକାକ୍ଷରୀ ମହାଯଜ୍ଞ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଏକ ତୀର୍ଥ ସ୍ଥାନ ନେମାଳ ମଠ। ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ ପୀଠ ସ୍ଥଳୀ ଭାବେ ବେଶ ଜଣାଶୁଣା। । ଏହି ପୀଠ ସ୍ଥଳୀ ଚିତ୍ରୋତ୍ପଳା ନଦୀ କୁଳରେ ଅବସ୍ଥିତ। କେହି କେହି ସ୍ଥାନଟିକୁ ପଦ୍ମବନ ବୋଲି କହିଥାନ୍ତି। । ପାକୃତିକ ସୌନ୍ଦର୍ଯ୍ୟ ଭରା ପବିତ୍ର ଧର୍ମ ସ୍ଥଳୀ ବା ତୀର୍ଥ ସ୍ଥାନ ହେଉଛି ନେମାଳ ମଠ । ଏଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଜନ୍ମ ଗ୍ରହଣ କରିଥିଲେ
ନେମାଳ ମଠକୁ ଗଲେ ଲାଗିବ ଯେପରି କୌଣସି ଔଷଧିୟ ଗଛ ଥିବା ଜଙ୍ଗଲ ମଧ୍ୟରେ ଆମେ ପ୍ରବେଶ କରିଛେ। ଏମିତି ଆମେ ଏଥିପାଇଁ କହୁଛୁ କାରଣ ଆପଣ ଏଠାରେ ବିଭିନ୍ନ ଔଷଧିୟ ଗଛ ପାଇବେ। ଏହି ପୀଠଟି ଅନେକ ଦେବ ବୃକ୍ଷ୍ୟ ଯେମିତିକି ନିମ୍ବ,ବର, ଅଶ୍ୱସ୍ତ, ବେଲ ଓ ବଉଳ ଆଦି ଗଛରେ ଭରିରହିଛି । ଏହାକୁ ଦେଖିବା ପରେ ମଣିଷ ମନରେ ଭକ୍ତିଭାବ ସୃଷ୍ଟି ହୋଇଥାଏ। କାରଣ ଏହାକୁ ଆମେ ପୂଜା କରିଥାଉ।
ମହାପୁରୁଷ ଅଚ୍ୟୁତାନନ୍ଦ ଯେ କି ପଞ୍ଚସଖାଙ୍କ ମଧ୍ୟରୁ ଜଣେ। ସେ ପ୍ରସିଦ୍ଧ ଭବିଷ୍ୟ ମାଳିକା ଲେଖିଥିଲେ। ଏହି ମଠରେ ମୁଖ୍ୟ ଉତ୍ସବ ହେଉଛି ପବିତ୍ର ଦେବସ୍ନାନପୁର୍ଣିମା । କାରଣ ଏହି ଦିନ ରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ମୃତ୍ୟୁ ହୋଇଥିଲା। । ଅଚ୍ୟୁତ ଏହି ସ୍ଥାନରେ ସମାଧି ନେଇଥିବା କୁହାଯାଏ। ସେହିପରି ମାଘଶୁକ୍ଳ ଏକାଦଶୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଆବିର୍ଭାବ ତିଥିରେ ଏଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ।
ଆସନ୍ତା ନ ୂଆ ବର୍ଷ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ ନିକଟରେ ଉଦାସ ଆଶ୍ରମ ଅନୁକୂଲ୍ୟରେ ଏକ ବ୍ରହ୍ମ ଏକାକ୍ଷର ବିଶ୍ଵଶାନ୍ତି ମହାଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଭୂମି ପୂଜନ ଓ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଶ୍ରମର ବହୁ ସାଧୁସନ୍ଥମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆସନ୍ତା ଜାନୁୟାରୀ ମାସ ୨୯ ତାରିଖ ଠାରୁ ଆରମ୍ଭ ହୋଇ ଏହି ମହାଯଜ୍ଞ ଫ୍ରେବୃୟାରୀ ୫ ତାରିଖ ଯାଏ ଚାଲିବ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ତେଣୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ଆଶ୍ରମ ପକ୍ଷରୁ କୁହାଯାଇଛି।