ନିଆରା ପ୍ରତିବାଦ, ବ୍ଲକ ଅଫିସ ସାମନାରେ ବୃଷଭର ଜନ୍ମ ଦିନ ପାଳିଲା ବିଜେପି

ଚାନ୍ଦବାଲି (କେନ୍ୟୁଜ୍) : ଅଫିସ୍ ଭିତରେ ଜନ୍ମଦିନ ପାଳନକୁ ବିରୋଧ । ଗତ ନଭେମ୍ବର ୨୪ ତାରିଖ ଦିନ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିପିଏମ ଷ୍ଟାଲିନ ନାୟକ ନିଜ ସହକର୍ମୀଙ୍କ ସହିତ ଅଫିସ ଭିତରେ ଜନ୍ମଦିନ ପାଳନ କରିଥିଲେ । ଏହାକୁ ସ୍ଥାନୀୟ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ହେଲେ ତାଙ୍କ ବିରୋଧରେ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନନେବାରୁ ଆଜି ଚାନ୍ଦବାଲି ବିଜେପି ଯିୁବ ମୋର୍ଚ୍ଚା ତରଫରୁ ବ୍ଲକ ଅଫିସ ସମ୍ମୁଖରେ ଅଭିନବ ପ୍ରତିବାଦ କରାଯାଇଛି । କର୍ମୀମାନେ ବୃଷଭ ବା ଷଣ୍ଢର ଜନ୍ମ ଦିନ ପାଳନ କରି ନିଆରା ପ୍ରତିବାଦ କରିଛନ୍ତି ।
ବିଜେପି କର୍ମକର୍ତାମାନେ କାଳୀ ମନ୍ଦିରରୁ ଏକ ଶୋଭାଯତ୍ରାରେ ଷଣ୍ଢ ସହ ଆସି ବ୍ଲକ ଅଫିସ ସାମନାରେ ପ୍ରତିବାଦ କରିଥିଲେ । ତାହାସହ ଷଣ୍ଢର ଜନ୍ମଦିନ ପାଳନ କରି କେକ କାଟିଥିଲେ । ଯଦି ୭ଦିନ ଭିତରେ ବିପିଏମ୍ଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନନିଏ ତେବେ ବିଜେପି ଏହି ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି । ଏହି ସମୟରେ ପୋଲିସ ପ୍ରଶସାନ ତରଫରୁ ଚାନ୍ଦବାଲି ଏସଡିପିଓ ଏବଂ ବାଂଶଡା ଥାନଧିକାରୀ ସମେତ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ତେବେ ଘଟଣାକୁ ନେଇ ବିପିଏମ୍ଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।