ଦୁଇ ବର୍ଷ ପରେ ଆୟୋଜିତ ହେଲା ଆଦିବାସୀ ମେଳା ୨୦୨୨, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ସଂସ୍କୃତିିର ଝଲକ । ଚାଲିଛି ଆଦିବାସୀ ମେଳା- ୨୦୨୨ ଓ ଜାତୀୟ ଜନଜାତି କଳା ଓ କଳା ସାମଗ୍ରୀ ପ୍ରଦର୍ଶନୀ । ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ମେ ୨ ତାରିଖ ଯାଏ ଆଦିବାସୀ ମେଳା ଚାଲିବ । ଆସନ୍ତା ୨୯ ତାରିଖ ଯାଏ ଚାଲିବ ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀ ।

Adivasi mela
ଆଦିବାସୀ କଳାକୁତ୍ତିରେ ଝଲସୁଛି ଇଡକୋ ପ୍ରଦର୍ଶନୀ ପଡିଆ । ମିଳୁଛି ଓଡିଶା ସମେତ ଅନ୍ୟ ରାଜ୍ୟର ସାମଗ୍ରୀ । ଆଇଟିଡିଏର ୪୪ଟି ଷ୍ଟଲ୍‌, ମାଇକ୍ରୋ ପ୍ରୋଜେକ୍ଟର ୧୭ ଟି ଷ୍ଟଲ୍‌, ମିଶନଶକ୍ତିର ୨୧, ଓରମାସ ର ୧୫ ଟି, ଟିଡିସିସିର ୨ଟି ଓ ପର୍ଯ୍ୟଟନ ବିଭାଗର ୨ ଟି ଷ୍ଟଲ୍‌ ଖୋଲିଛି । ହଳଦୀ, ମାଣ୍ଡିଆ , ମୁଗ , ବିରି , ମହୁ , ଝୁଣା, ଝାଡ଼ୁ, ପାଳୁଅ ଆଦି ଆଦିବାସୀ ତଥା ଜଙ୍ଗଲ ଜାତ ଦ୍ରବ୍ୟ ମିଳୁଛି । ଦିନରେ ପ୍ରବଳ ଖରା ହେଉଥିବାରୁ ସନ୍ଧ୍ୟାରେ ମେଳାର ମଜା ନେଉଛନ୍ତି ରାଜଧାନୀବାସୀ । ଗୋଟିଏ ଜାଗରେ ମତମୁତାବକ ଜିନିଷ ମିଳୁଥିବାରୁ ଗ୍ରାହକ ଖୁୁସ ।
ଚଳିତ ବର୍ଷ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳା ଓ କଳାସାମଗ୍ରୀ ପ୍ରଦର୍ଶନୀ ପାଇଁ ମୋଟ ୧୮୭ଟି ଷ୍ଟଲ୍‌ ପଡିଛି । ପ୍ରତିଦିନ ସଂଧ୍ୟା ୬.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ  ଜନଜାତି ନୃତ୍ୟ ପରିବେଶିତ ହେଉଛି । ପ୍ରତିବର୍ଷ ଆଦିବାସୀ ମେଳାକୁ ରାଜ୍ୟ ଓ ରାଜ୍ୟ ବାହାରର ୮ରୁ ୧୦ ଲକ୍ଷ ଲୋକ ଆସିଥନ୍ତି । ମେଳାରେ ୫ ରୁ ୬ କୋଟି ଟଙ୍କାର ବ୍ୟବସାୟ ପାଇଁ ଲକ୍ଷ୍ୟ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.