ରାଜନଗର: ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା: ପ୍ରଶାସକ-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା (କେନ୍ୟୁଜ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରରେ ଜବରଦଖଲ ଉଛେଦ ସମୟରେ ପ୍ରବଳ ଉତ୍ତେଜନା । ପୋଲିସ ଓ ଜନତା ମୁହାଁମୁହିଁ । ରାଜନଗରର ଘନଶ୍ୟାମ ପାଣି ୨ ମାସ ତଳେ ସରକାରୀ ଜାଗାରେ ଏକ କୋଠାଘର ନିର୍ମାଣ କରିଥିଲେ । ଆଜି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ସହ ଜେସିବି ସାହାଯ୍ୟରେ କୋଠାଘର ଭାଙ୍ଗିବା ସମୟରେ ଉତ୍ତେଜନା ଦେଖାଦେଇଛି । ଏହାକୁ ବିରୋଧ କରିବା ସହ ଘନଶ୍ୟାମଙ୍କ ପୁଅ ଘର ଛାତ ଉପରକୁ ଚଢି ଯାଇଥିଲେ ।

ଏହାପରେ ରାଜନଗର ବ୍ୟବସାୟୀମାନେ ଏକାଠି ହୋଇ ବିରୋଧ କରିଥିଲେ । ଯଦି ଏଠାରେ ଉଛେଦ କରାଯାଉଛି ତେବେ ବଜାରରେ ଅନ୍ୟ ଜବରଦଖଲକୁ ମଧ୍ୟ ଉଛେଦ କରାଯାଉ ବୋଲି ଉତ୍ତ୍ୟକ୍ତ ଲୋକେ ଅଡ଼ି ବସିଥିଲେ । ରାଜନଗର ତହସିଲଦାର ଭୋଳାନାଥ ସେଠୀଙ୍କୁ ଘେରାଉ କରି ରଖିଥିଲେ । ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲେ ବି ଜବରଦଖଲ ଉଛେଦ ପ୍ରକ୍ରିୟା ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.