ଥରେ ନୁହେଁ, ୫ ଥର ହୋଇଛି ପୁଟିନଙ୍କୁ ହତ୍ୟା ଉଦ୍ୟମ! ଏବେ ଗାଧୋଇବା, ଖାଇବାକୁ ମଧ୍ୟ ଭୟ କରୁଛନ୍ତି ରୁଷ୍‌ ରାଷ୍ଟ୍ରପତି

ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଏବେ ଚର୍ଚ୍ଚା ପୁଣିଥରେ ଜୋର୍‌ ଧରିଛି। ପୁଟିନ ପୂର୍ବରୁ ହିଁ ଖୁଲାସା କରି ସାରିଛନ୍ତି ଯେ ତାଙ୍କ ଉପରେ ୫ ଥର ହତ୍ୟା ଉଦ୍ୟମ ହୋଇଛି। ଏବେ ରାଷ୍ଟ୍ରପତିଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଭୟ ଘାରୁଛି। ତାଙ୍କ ସୁରକ୍ଷାରେ ସ୍ନାଇପର୍ସର ଏକ ଶକ୍ତିଶାଳୀ ଟିମ୍‌ ମୁତୟନ ଅଛନ୍ତି। ରୁଷ୍‌ ରାଷ୍ଟ୍ରପତିଙ୍କ ଉପରେ ଏହି ଆକ୍ରମଣ ଉଦ୍ୟମ ପାଖାପାଖି ୨ ମାସ ତଳେ ୟୁକ୍ରେନ ଯୁଦ୍ଧ ଆରମ୍ଭ ସମୟରେ ହୋଇଥିଲା।

ରିପୋର୍ଟ ମୁତାବକ, ୟୁକ୍ରେନର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ମୁଖ୍ୟ କାୟରଲୋ ବୁଡାନୋଭା କହିଛନ୍ତି, ରୁଷ୍‌ ରାଷ୍ଟ୍ରପତିଙ୍କ ଉପରେ ହତ୍ୟା ଉଦ୍ୟମ ବିଫଳ ହୋଇଥିଲା। ଏହା ପାଖାପାଖି ୨ ମାସ ତଳର ଘଟଣା। ଯଦିଓ ସେ ଆକ୍ରମଣ ପଛର ଷଡ଼ଯନ୍ତ୍ର ବିଷୟରେ ଖୁଲାସା କରି ନାହାନ୍ତି। କାୟରଲୋ ବୁଡାନୋଭା କହିଥିଲେ ଯେ ଷଡ଼ଯନ୍ତ୍ର ପଛରେ କିଏ ଥିଲା ଏବଂ କେଉଁଠି ଆକ୍ରମଣ ଉଦ୍ୟମ ହୋଇଥିଲା, ତାହା ବିଷୟରେ କୌଣସି ସୂଚନା ନାହିଁ।

ବ୍ରିଟେନର ଅଜରବୈଜାନରେ ମଧ୍ୟ ପୁଟିନଙ୍କୁ ହତ୍ୟା କରାଯିବାକୁ ଚେଷ୍ଟା କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି, ପୁଟିନ ଏବେ ନିଜ ଜୀବନକୁ ନେଇ ଅତ୍ୟନ୍ତ ଚିନ୍ତିତ ରହୁଛନ୍ତି। ତାଙ୍କର ପ୍ରତ୍ୟେକ ଯାତ୍ରା ପୂର୍ବରୁ ବହୁତ ଭାବି ବିଚାରି କାର୍ଯ୍ୟ କରାଯାଉଛି। ସ୍ନାଇପର ଟିମ୍‌ ସବୁବେଳେ ସଜାଗ ରହିଛନ୍ତି ଏବଂ କୌଣସି ବି ବିପଦ ପୂର୍ବରୁ ଶତ୍ରୁଙ୍କୁ ଚିହ୍ନଟ କରି ନେଉଛନ୍ତି। ରିପୋର୍ଟ ମୁତାବକ, ପୁଟିନ ଭୋଜନ କରିବା ପୂର୍ବରୁ ମଧ୍ୟ ଏକ ଟିମ୍‌ ତାଙ୍କ ଖାଦ୍ୟ ଚାଖୁଛି। କାହିଁକି ନା, ପୁଟିନଙ୍କ ଭୟ ରହିଛି ଯେ କେହି ତାଙ୍କ ଖାଦ୍ୟରେ ବିଷ ମିଶାଇ ତାଙ୍କୁ ହତ୍ୟା କରି ଦେଇପାରେ।

ଏପରି କି, ସ୍ୱିମିଙ୍ଗ୍‌ ପାଇଁ ଯିବା ପୂର୍ବରୁ ବି ପୁଟିନଙ୍କ ପୁଲ୍‌କୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। କାହିଁକି ନା, ଏଠି କେମିକାଲ ଆଟାକ୍‌ର ମଧ୍ୟ ଭୟ ରହିଛି। କହିବାକୁ ଗଲେ, ରୁଷ୍‌ ରାଷ୍ଟ୍ରପତି ଏବେ ଗାଧୋଇବାକୁ ଡରୁଛନ୍ତି। ସୂଚନାଥାଉ କି, ଶେଷ ଥର ଫେବୃଆରୀରେ ତାଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିଲା। ଏହା ପୂର୍ବରୁ ୪ ଥର ଉଦ୍ୟମ ହୋଇ ସାରିଛି। ଯଦିଓ ଏହି ୪ ଥର ଯାକ ପୁଟିନ ମୃତ୍ୟୁକୁ ମାତ୍‌ ଦେଇ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇ ପାରିଛନ୍ତି।

୨୦୦୨ରେ ଅଜରବୈଜାନ ଯାତ୍ରା ସମୟରେ ପୁଟିନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଇରାକ୍‌ର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଏହି ମାମଲାରେ ୧୦ ବର୍ଷ ଜେଲ୍‌ ଦଣ୍ଡ ମଧ୍ୟ ମିଳିଥିଲା। ଏହା ପରେ ନଭେମ୍ବର ୨୦୦୨ରେ ପୁଣି ଥରେ ହତ୍ୟା ଉଦ୍ୟମ ହୋଇଥିଲା। ପୁଟିନଙ୍କ ରୁଟ୍‌ରେ ବମ୍‌ ରଖି ଗାଡ଼ିକୁ ଉଡ଼ାଇ ଦେବାକୁ ଉଦ୍ୟମ କରାଯାଇଥିଲା। ୨୦୦୩ରେ ପୁଣି ଥରେ ପୁଟିନଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ୨ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ବେଳେ ୨୦୧୨ରେ ଜଣେ ଆତଙ୍କୀଙ୍କୁ ୟୁକ୍ରେନର ଓଡେସାରୁ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.