ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ, ବୁଡ଼ିଯାଇ ନାବାଳକଙ୍କ ମୃତ୍ୟୁ

ଢେଙ୍କାନାଳ (କେନ୍ୟୁଜ): ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ୯ମ ଶ୍ରେଣୀ ଛାତ୍ର ତଥା ନାବାଳକଙ୍କ ମୃତ ହୋଇଛି । ମୃତ ନାବାଳକ ହେଲେ ଧଳପୁର ଗ୍ରାମ ଗଉଡ ସାହିର ୧୨ବର୍ଷୀୟ ଚିନ୍ମୟ ରାଉତ। ସାଙ୍ଗ ମାନଙ୍କ ସହ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଭାସି ଯାଇଥିଲେ ଚିନ୍ମମ। ପରେ ସେଠାରେ ଗାଧୋଉଥିବା ଅନ୍ଯ ତିନିଜଣ ସାଙ୍ଗ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

ଉଦ୍ଧାର ପରେ ପ୍ରଥମେ ଗୁଡିଆକାଟେଣୀ ପରେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ବ୍ରାହ୍ମଣୀ ନଦୀଘାଟରେ ଏଭଳି ଅଘଟଣ ଘଟିଛି। ମୃତ ଚିନ୍ମୟ ମୃତଦେହ କୁ ଢ଼େଙ୍କାନାଳ ମୁଖ୍ଯ ଚିକିତ୍ସାଳୟ ଶବବ୍ଯବଛେଦ ଗୃହରେ ରଖାଯାଇଛି । ଶବ ବ୍ଯବଚ୍ଛେଦ ପରେ ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ । ଏ ଭଳି ଅଘଣରେ ନାବାଳକ ଛାତ୍ରର ମୃତ୍ୟୁ ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.