୧୪ଦିନ ସଂଘରୋଧ କେନ୍ଦ୍ରରେ ରହିବା ପରେ କୋହଭରା କଣ୍ଠରେ ଘରକୁ ଫେରୁଛନ୍ତି ପ୍ରବାସୀ

ବାସୁଦେବପୁର(କେନ୍ଯୁଜ୍): ମହାମାରୀ କରୋନା ପାଇଁ ସରକାରଙ୍କ ନିୟମ ଅନୁସାରେ ବିଦେଶରୁ ଫେରିଥିବା ପ୍ରବାସୀ ଓଡିଆ  ସଂଘରୋଧ କେନ୍ଦ୍ରରେ ୧୪ଦିନ ରହିବେ। ଆଜି ଶେଷ ହୋଇଛି ସଂଘରୋଧ କେନ୍ଦ୍ରରୁ ଫେରିବାର ଦିନ । ୧୪ଦିନ ପୂରଣ ହେବା ପରେ ପ୍ରବାସୀମାନେ ଫେରି ଯିବେ ନିଜ ଘରକୁ । ରାଜ୍ୟର ବିଭିନ୍ନ ସଂଘରୋଧ କେନ୍ଦ୍ରରୁ ବିଭିନ୍ନ ପ୍ରକାର ଅଭିଯୋଗ ଆସୁଥିବା ବେଳେ ହେଲେ ଏଠି କୋହଭରା କଣ୍ଠରେ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଂଚାୟତରେ ।

bb-କିଏ ବିଦେଶକୁ ପାଠ ପଡିବାକୁ ଯାଇଥିଲାତ ପୁଣି କିଏ ନିଜ ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ଗୁଜରାତ,ମହାରାଷ୍ଟ୍ର ଆଉ ଦିଲ୍ଲୀ ଯାଇଥିଲା । ସାରା ଦେଶ ଲକଡାଉନ ପାଇଁ ବନ୍ଦ ହୋଇଯିବାରୁ ସେମାନେ ଆସି ରହିଥିଲେ ସଂଘରୋଧ କେନ୍ଦ୍ରରେ । ସରକାରଙ୍କ ନିୟମ ଅନୁସାରେ ସଂଘରୋଧ କେନ୍ଦ୍ରରେ ରୁହଥିବା ପ୍ରବାସୀମାନେ ଘରକୁ ଫେରିବା ସମୟରେ ପ୍ରମାଣପତ୍ର ଓ ୨୦୦୦ଟଙ୍କା ଦେଇ ବିଦାୟ ଦେଇଛନ୍ତି ସରପଞ୍ଚ ।

basudevଏନେଇ ସରକାରଙ୍କୁ ଓ ସ୍ଥାନୀୟ ସରପଞ୍ଚଙ୍କୁ ଧନ୍ୟବାଦ ଦେବା ସହ ସଂଘରୋଧ କେନ୍ଦ୍ରରୁ ବିଦାୟ ନେଇଛନ୍ତି ପ୍ରବାସୀ। ଏହି ଘଟଣା ସମ୍ପକର୍କରେ ସରପଞ୍ଚ କହିଛନ୍ତି,  ସେମାନଙ୍କୁ ମୁଁ ପରିବାରର ସଦଶ୍ୟ ଭାବି ନେଇଥିଲି । ହେଲେ ଆଜି ସେମାନେ ମୋଠାରୁ ବିଦାୟ ନେଇ ଚାଲିଯାଉଛନ୍ତି ନିଜ ଘରକୁ । ନିଜକୁ ବହୁତ କଷ୍ଟ ଲାଗୁଛି ।ସରକାରଙ୍କ ନିୟମ ମାନି ଚଳିବାକୁ ପଡିବ । ପ୍ରବାସୀମାନଙ୍କ ବିଚ୍ଛେଦ ମୋତେ ସତେ ଯେମିତି ନିଜ ପରିବାରର ସଦସ୍ୟଙ୍କୁ ହରାଇଥିବା କଥା କୋହଭରା କଣ୍ଠରେ କହିଛନ୍ତି ସରପଂଚ ପ୍ରଫୁଲ୍ଲ କୁମାର ବିଶ୍ୱାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.