ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ପୋଲ ଉପରେ ବସି ମୋବାଇଲ ଦେଖୁଥିବା ସମୟରେ ଖସିପଡିଥିଲେ

୮ ଘଣ୍ଟାର ଅପରେସନ ପରେ ବ୍ରାହ୍ମଣୀ ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବା ସମୟରେ ନଦୀକୁ ଖସିପଡ଼ିଥିଲେ ଯାଜପୁର ଜିଲ୍ଲା ବରୀ ଧାରପୁର ଅଞ୍ଚଳର ଯୁବକ ସୌମ୍ୟ ରଞ୍ଜନ ଦାସ।

ଯାଜପୁର( କେନ୍ୟୁଜ): ୮ ଘଣ୍ଟାର ଅପରେସନ ପରେ ବ୍ରାହ୍ମଣୀ ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବା ସମୟରେ ନଦୀକୁ ଖସିପଡ଼ିଥିଲେ ଯାଜପୁର ଜିଲ୍ଲା ବରୀ ଧାରପୁର ଅଞ୍ଚଳର ଯୁବକ ସୌମ୍ୟ ରଞ୍ଜନ ଦାସ। ସୌମ୍ୟ ହଳଦୀବସନ୍ତ ଠାରେ ଥିବା ମାମୁ ଘରେ ରହୁଥିଲେ ।

ଗତକାଲି ବରୀ-ରାମଚନ୍ଦ୍ରପୁର ଥାନା ଅଧିନ ହଳଦିବସନ୍ତ ତିନିମୁହାଣୀ ପୋଲ ଉପରେ ସାଙ୍ଗମାନଙ୍କ ସହ ବସି ମୋବାଇଲ ଫୋନ ଦେଖୁଥିଲେ ବେଳେ ଘଟିଥିଲା ଅଘଟଣ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମର ସଦସ୍ୟ ପହଞ୍ଚି ଖୋଜା ଖୋଜି କରିଥିଲେ। ପରେ ନଦୀରୁ ସୌମ୍ୟଙ୍କର ମୃତଦେହକୁ ଉଦ୍ଧାର କଲା ଓଡ୍ରାଫ ଟିମ। ବରୀ-ରାମଚନ୍ଦ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଵ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.