ଆଜି ସୃଷ୍ଟି ହେବ ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭିଜିବ ଅଧା ଓଡ଼ିଶା। କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ପ୍ରଭାବରେ ୩ ଦିନ ପ୍ରବଳ ବର୍ଷିବ । ଆଜି ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଓ ଗଞ୍ଜାମକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ଘନୀଭୂତ ହେଉଛି ଲଘୁଚାପ। ଭିଜିବ ଅଧା ଓଡ଼ିଶା। କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ପ୍ରଭାବରେ ୩ ଦିନ ପ୍ରବଳ ବର୍ଷିବ । ଆଜି ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଓ ଗଞ୍ଜାମକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକରେ ୭ରୁ ୨୦ ସେମି ବର୍ଷାର ଆକଳନ କରିଛି ଆଇଏମଡି। ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ମାନଙ୍କରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ ଫ୍ଲଡର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସହ କଚ୍ଚା ଘର କ୍ଷତିଗ୍ରସ୍ତ ହେବା ଆଶଙ୍କା ମଧ୍ୟ ରହିଛି। ପ୍ରବଳ ବର୍ଷା ହେବା ସମୟରେ ଗାଡିଚଳାଚଳ ପାଇଁ ବାରଣ କରାଯାଇଛି।

ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବା ୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ । ୧୫ ତାରିଖ ପରେ କମିବ ବର୍ଷା ପରିମାଣ । ଚଳିତ ମୌସୁମୀ ଋତୁରେ ଏଯାଏ ୯୦୪. ୫ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବୃଷ୍ଟିପାତ ୧୦୨୮.୨ ମିମି ତୁଳନାରେ ଏହା ୧୨ ପ୍ରତିଶତ କମ୍ । ରାଜ୍ୟର ୧୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ୨୦ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି । ତେବେ ଲଘୁଚାପ ବର୍ଷା ନିଅଣ୍ଟିଆକୁ ଭରଣା କରିବାର ଆଶା ରହିଛି ।

Leave A Reply

Your email address will not be published.