ବର୍ଷା ପରେ ବଦଳିଲା ପାଗ, ମୟୁରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହିତ ସାମାନ୍ୟ ବର୍ଷା ସାଙ୍ଗକୁ ଶୀତ ଅନୁଭୂତି ହେଉଛି । ଲୋକେ ନିଆଁ ଜାଳି ଉଷୁମ ଟାଣୁଛନ୍ତି। ଗତକାଲି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ କୁ ଖସିଥିଲା ।

କରଞ୍ଜିଆ (କେନ୍ୟୁଜ): ବାତ୍ୟା ଆଣିଲା ଶୀତ । ବଦଳିଲା ପାଗ । ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତି ତାପମାତ୍ରା । ଆସନ୍ତା ୨ ଦିନ ଭିତରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହିତ ସାମାନ୍ୟ ବର୍ଷା ସାଙ୍ଗକୁ ଶୀତ ଅନୁଭୂତି ହେଉଛି । ଲୋକେ ନିଆଁ ଜାଳି ଉଷୁମ ଟାଣୁଛନ୍ତି। ଗତକାଲି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ କୁ ଖସିଥିଲା । ଆଜି ଶିମିଳିପାଳ ଅଭୟାରଣ୍ୟ ଏବଂ ଶିମିଳିପାଳ ପାଦଦେଶରେ ଅଧିକ ଶୀତ ଅନୁଭୂତ ହେଉଛି। ଶୀତୁଆ ସକାଳରେ ଚା ଖଟିରେ ଲାଗୁଛି ଭିଡ଼ ।

୯ ତାରିଖ ପରେ ଉପାନ୍ତରୁ ଉପକୂଳ ସବୁଠି ରାତିର ତାପମାତ୍ରା କମିବ । ସେପଟେ ଦକ୍ଷିଣ-ଛତିଶଗଡ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି । ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ଲାଗିରହିଛି । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ମିଗଜୋମ୍ ଗତିପଥ ବଦଳାଇ ଆଭ୍ୟନ୍ତରୀଣ ଓଡିଶା ଦେଇ ଗତି କରିଥିଲା । ଉପକୂଳରୁ ଯଥେଷ୍ଟ ଦୂରରେ ଥିବାରୁ ବର୍ଷାର ପ୍ରଭାବ ବିଶେଷ ରହିଲାନି । ତେବେ ରାଜ୍ୟରେ ଆଉ ବର୍ଷାର ପ୍ରଭାବ ନ ଥିବା ବେଳେ କମିଛି ପବନର ବେଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.