Below header

ପୁଣି ମୋହନା ଅଞ୍ଚଳରୁ ଦଶକୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛକୁ ପୋଡ଼ିଲା ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ

ମୋହନା(କେନ୍ୟୁଜ୍):  ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆର. ଉଦୟଗିରି ପୋଲିସ ଏବଂ ଜ଼ିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ବିମାନପୁର ଗ୍ରାମ ଜଙ୍ଗଲର ୫୧ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକ ଲକ୍ଷ ଛବିଶ ହଜାର ଛଶହ ଷାଠିଏ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛନ୍ତି l ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ଦଶକୋଟି ଛବିଶ ଲକ୍ଷ ଷାଠିଏ ହଜାର ହେବ ବୋଲି ସୂଚନା ମିଳିଛି l

ganja destroy

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅପେରସନ ଗ୍ରୀନହଣ୍ଟ ମାଧ୍ୟମରେ ପୋଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି କିନ୍ତୁ ଏହା କେତେ ଫଳପ୍ରଦ ହେଉଛି ତାହା ଦେଖିବା କୁ ବାକି, କାରଣ ଜ଼ିଲ୍ଲା ରେ ପୋଲିସ ଏବଂ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ମଧ୍ୟସ୍ଥି ଙ୍କ ଦ୍ୱାରା ଏହି ଗଞ୍ଜେଇ ଚୋରା ଚାଲାଣ ଚାଲେ, ଅଂଶୁ ନାମକ ଜଣେ ମଧ୍ୟସ୍ଥିର ରେକର୍ଡ଼ିଂ ଭାଇରଲ ହେଲା ପରେ ମଧ୍ୟ ପୋଲିସ ପକ୍ଷରୁ ସମ୍ପୃକ୍ତ ଯୁବକ ଉପରେ ଏ ପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁ। ମଧ୍ୟସ୍ଥିଙ୍କୁ ପୋଲିସ ଯଦି ଧରିପାରନ୍ତା ତାହେଲେ ଏହି ନୀଳଜହର ଚାଷର ଜିଲ୍ଲାରୁ ମୁଳୋତ୍ପାଟନ ହୋଇପାରନ୍ତା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.