କଟକରେ ପୁଣି ୧୭ ପଜିଟିଭ୍‌ ଚିହ୍ନଟ, ଆଜିଠାରୁ ଆରମ୍ଭ ହେବ କଣ୍ଟାକ୍ଟ ଟ୍ରେସିଂ

କଟକ: କଟକରେ ପୁଣି ୧୭ ପଜିଟିଭ୍‌ ଚିହ୍ନଟ । ମଧୁପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ଜଣ ଅନ୍ତେବାସୀଙ୍କ ସ୍ୱାବ ସଂଗ୍ରହ ହୋଇଥିଲା । ଆଜିଠାରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହେବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ କଟକର ଏକ ଘରୋଇ ସାଇନ୍ସ କଲେଜରୁ ୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସହରରେ ସଂକ୍ରମଣ ବଢି ଚାଲିଥିବାରୁ କଟକ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.